ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଦୁଷ୍କର୍ମ ମାମଲାରେ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଷୁମୀ ଗ୍ରାମର ଘନ ନାଏକକୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।

ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ରହିଛି। ଏହା ବ୍ୟତୀତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସହାୟତା ସଂସ୍ଥାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୦୨୨ ମସିହା ଏପ୍ରିଲ ମାସରେ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଷୁମୀ ଗ୍ରାମର ଘନ ନାଏକ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ଘନ।

କିଛି ଦିନ ପରେ ପୀଡ଼ିତା ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ବାଦାମପାହାଡ଼ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପୋଲିସ ଘନ ନାଏକକୁ ଗିରଫ କରିଥିଲା। ପରେ ଘନକୁ ହାଜତକୁ ପଠାଯାଇଥିଲା। ଏହି ମାମଲାର ବିଚାରକରି କୋର୍ଟ ବୁଧବାର ଦିନ ଏହି ରାୟ ପ୍ରଦାନ କରିଛନ୍ତି।

Tags: #Mayurbhanj #Court #POCSOCourt #Rapist #MinerGirlRapeCase

LEAVE A REPLY

Please enter your comment!
Please enter your name here