ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳା ଆଇପିଏସ୍ ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାମିଲନାଡ଼ୁର ପୂର୍ବତନ ଡିଜିପି ରାଜେଶ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଲ୍ଲୁପୁରମ କୋର୍ଟ। ଏହା ସହ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ ରହିଛି। ଅଭିଯୋଗର ତିନି ବର୍ଷ ପରେ ଶୁକ୍ରବାର ଦିନ ଏହି ମାମଲାର ରାୟ ପ୍ରକାଶ ପାଇଛି।

ମହିଳା ଆଇପିଏସ ଅଧିକାରୀ ଗତ ୨୦୨୧ ମସିହା ଫେବ୍ରୁଆରି ମାସରେ ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଥିଲେ।

୨୦୨୧ ମସିହା ଫେବ୍ରୁଆରି ମାସରେ ତାମିଲନାଡୁରେ ଏକ ସୁରକ୍ଷା ଦାୟିତ୍ଵରେ ନିଯୁକ୍ତ ଥିବା ମହିଳା ଆଇପିଏସ ଅଧିକାରୀଙ୍କୁ ରାଜେଶ ଦାସ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇଥିଲେ ତାମିଲନାଡ଼ୁ ସରକାର। ତୁରନ୍ତ ରାଜେଶ ଦାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଏହା ସହ ଏହି ଘଟଣାର ତଦନ୍ତ ପାଇଁ ୬ ଜଣିଆ କମିଟି ଗଠନ କରାଯାଇଥିଲା।

Tags: #FormerDGPTamilnaduRajeshDas #Jail #Court #Harassment

LEAVE A REPLY

Please enter your comment!
Please enter your name here