ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ଦ ହେଲା ପୁରୀ ଜିଲ୍ଲା କୋର୍ଟ। ଓକିଲ ଓ ଜଣେ ମୋହରୀ କରୋନା ଆକ୍ରାନ୍ତ ହେବା ପରେ କୋର୍ଟକୁ ବନ୍ଦ କରି ଦିଆଯାଇଛି। ଏହାସହ ଜୁଡିସିଆଲ କୋର୍ଟ, ଉପଜିଲ୍ଲାପାଳଙ୍କ ଅଫିସ, ତହସିଲ ଅଫିସ ବନ୍ଦ କରିଦିଆଯାଇଛି।

ପୁରୀରୁ ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ଜଣେ ଓକିଲ ଓ ମୋହରୀ ଚିହ୍ନଟ ହୋଇଥିଲେ। ଏହାସହ ହରିହର ଛକରୁ ଟାଉନ ହଲ୍‌ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏନେଇ ଘୋଷଣା କରିଛନ୍ତି ପୁରୀ ଉପ ଜିଲ୍ଲାପାଳ ଭବତାରଣ ସାହୁ।

ବର୍ତ୍ତମାନ ପୁରୀରେ ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୧୦୩ ଜଣ ସୁସ୍ଥ ହୋଇଥିବା ବେଳେ ୮୫ ଜଣ ସକ୍ରିୟ ରହିଛନ୍ତି।

Comment