ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି। ୩ ମିନିଟରୁ ଅଧିକ ଲମ୍ବା ଏହି ଟ୍ରେଲର ପ୍ରଶଂସକଙ୍କଠାରୁ ପଜିଟିଭ ରେସପନ୍ସ ପାଇଛି। ଏହି ଫିଲ୍ମରେ ଅକ୍ଷୟ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ହରର କମେଡି ଫିଲ୍ମ। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ଫିଲ୍ମର ଟ୍ରେଲରରେ ଲାଇକ ଓ ଡିସଲାଇକ ଅପ୍ସନକୁ ଫିଲ୍ମ ନିର୍ମାତାମାନେ ହଟାଇ ଦେଇଛନ୍ତି।

ୟୁଟ୍ୟୁବରେ ଟ୍ରେଲର ଦେଖିବା ପରେ, ଆପଣ ଏହାକୁ ଲାଇକ ଏବଂ ଡିସଲାଇକ ତ କରିପାରିବେ କିନ୍ତୁ ଆପଣ ଏହାକୁ ଦେଖିପାରିବେ ନାହିଁ। ଅର୍ଥାତ ଟ୍ରେଲରକୁ କେତେ ଲାଇକ ଓ କେତେ ଡିସଲାଇକ ମିଳିଛି ତାହା ଆପଣ ଜାଣିପାରିବେ ନାହିଁ। ତେବେ ଏପରି କରିବାର କାରଣ ବୟକଟ୍‌ର ଡର ବୋଲି କୁହାଯାଉଛି। କାରଣ ସୋସିଆଲ ମିଡିଆରେ ଲକ୍ଷ୍ମୀ ବମ୍‌କୁ ବୟକଟ କରିବାକୁ ଦାବି ହେଉଛି।

ଅକ୍ଷୟ କୁମାର କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ବଲିଉଡର ଡ୍ରଗ୍ସ ଲିଙ୍କ ସମ୍ପର୍କରେ ଏକ ପୋଷ୍ଟ କରିଥିଲେ।  ଯାହାପରେ ୟୁଜର୍ସ ଫିଲ୍ମକୁ ବୟକଟ କରିବାକୁ ଦାବି କରିଥିଲେ। ତେଣୁ ଡିସଲାଇକ ଫିଲ୍ମକୁ ପ୍ରଭାବିତ କରିପାରେ। ଏହି କାରଣରୁ ଲାଇକ ଓ ଡିସଲାଇକ ଅପ୍ସନ ହଯାଇ ଦିଆଯାଇଥାଇପାରେ।

Comment