ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ପାଇଁ ଦୀର୍ଘଦିନ ବନ୍ଦ ହୋଇଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକ ଏବେ ଧୀରେ ଧୀରେ ଖୋଲିବା ଆରମ୍ଭ କରିଛି। ଉତ୍ତରପ୍ରଦେଶର ଋଷିକେଶରେ ରିଭର ରାଫ୍ଟିଂ ମଧ୍ୟ ଦୀର୍ଘ ୬ ମାସ ପରେ ଆରମ୍ଭ ହୋଇଛି।  ଆରମ୍ଭ ହେବା ମାତ୍ରେ ୧୦ ଦିନ ମଧ୍ୟରେ ୮ ହଜାରରୁ ଅଧିକ ପର୍ଯ୍ୟଟକ ରାଫ୍ଟିଂ ଉପଭୋଗ କରିବାକୁ ଟିକେଟ ବୁକ୍‌ କରିଛନ୍ତି।

ମାତ୍ର ତିନି ଦିନ ମଧ୍ୟରେ ୬,୦୦୦ ପର୍ଯ୍ୟଟକଙ୍କ ସହ ଋଷିକେଶ ରିଭର ରାଫ୍ଟିଂ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏନେଇ ରାଫ୍ଟିଂ ଆସୋସିଏସନର ସଭାପତି ଦୀନେଶ ଭଟ୍ଟ ସୂଚନା ଦେଇଛନ୍ତି।

କରୋନା କଟକଣାକୁ ଦୃଷ୍ଟିରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ପୂର୍ବରୁ ଏକ ଥରେ ୧୦ ଜଣ ରାଫିଂ ପାଇଁ ନଦୀ ଭିତରୁ ଯାଉଥିଲେ। ମାତ୍ର ଏବେ ନୂଆ ନିୟମ ଅନୁସାରେ ୨ ଜଣ ଗାଇଡଙ୍କ ସହ ୪ ଜଣଙ୍କୁ ରାଫିଂ ପାଇଁ ଅନୁମତି ମିଳିବ।  ଅନ୍ୟପଟେ ରାଫ୍ଟିଂ ଉପରେ ପ୍ରତିବନ୍ଧକ ହଟିବା ପରେ  କ୍ଷତି ସତ୍ତ୍ୱେ ମଧ୍ୟ ଭଡା ବୃଦ୍ଧି ହୋଇନାହିଁ।

Comment