ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କେବେ ସେ ବଲିଉଡରେ ଶୋଲେ’ର ଜୟ ତ, ଆଉ କେବେ ସେ ଶେହନଶାହ। ବଲିଉଡରେ ଆଙ୍ଗ୍ରି ୟଙ୍ଗ୍ ମ୍ୟାନ ଭାବେ ପରିଚିତ ଅମିତାଭ୍ ଆଜି ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶବ୍ୟାପୀ ତାଙ୍କୁ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି।

ବଲିଉଡରେ ବିଗ୍ ବି ଭାବେ ପରିଚିତ ୧୯୪୨ ଅକ୍ଟୋବର ୧୧ ତାରିଖରେ  ଆଲ୍ଲାବାଦରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ହରିବଂଶ ରାୟ ବଚ୍ଚନ ଓ ମାଁ ଙ୍କ ନାଁ ଥିଲା ଶ୍ୱେତା ବଚ୍ଚନ ନନ୍ଦ। ସାତ ହିନ୍ଦୁସ୍ଥାନୀ ଫିଲ୍ମରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଅମିତାଭ୍ ୮୦ ଦଶକରେ ଚର୍ଚ୍ଚିତ ହୋଇଥିଲେ। ଜଞ୍ଜୀର, ଦିୱାର ଓ ଶୋଲେ ଆଦି ଫିଲ୍ମରେ ତାଙ୍କର ଅଭିନୟ ତାଙ୍କୁ ଦର୍ଶକଙ୍କ ପାଖରେ ପରିଚିତ କରିପାରିଥିଲା।

ଏହାସହ ଶେହନଶାହ୍, ଡନ୍, କୁଲି, ଅଗ୍ନିପଥ ଓ ପା ଭଳି ଫିଲ୍ମ ତାଙ୍କ କ୍ୟାରିଅରର କେତୋଟି ଚର୍ଚ୍ଚିତ ଫିଲ୍ମ। ସବୁବେଳେ ନିଜର ଖାସ୍ ଅନ୍ଦାଜର ଭଏସ ପାଇଁ ସେ ପରିଚିତ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ତାଙ୍କ ଅଭିନୀତ ଫିଲ୍ମ ଦର୍ଶକଙ୍କୁ ପରଦା ଆଗରେ ବାନ୍ଧି ରଖିଥିଲା।

ଚଳଚ୍ଚିତ୍ର ଜଗତକୁ ତାଙ୍କର ଏ ଅବଦାନ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ସହ ଦାଦା ସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଛି। ଏହାସହ ସେ ୧୫ଥର ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ଜିତିଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ୧୯୮୪ ମସିହାରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

Comment