ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୮ ବର୍ଷରେ ଆଜି ପଦାର୍ପଣ କରିଛନ୍ତି ବଲିଉଡର ମହାନାୟକ ଅମିତାଭ।

୭୮ ର୍ଷ ବୟସରେ ନିଜକୁ ଏକଦମ୍‌ ଫିଟ୍‌ ରଖିଛନ୍ତି ବିଗ୍‌ ବି ଅମିତାଭ। ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥିଲେ ମଧ୍ୟ ସେ ଆଜିବି ଏନରଜେଟିକ୍‌ ଦେଖାଯାଆନ୍ତି। ଆପଣ ଜାଣିଛନ୍ତି କି ନିଜକୁ ଫିଟ୍‌ ରଖିବା ପାଇଁ ସେ କ’ଣ କରନ୍ତି।

ଅମିତାଭ ଫିଲ୍ମରେ ମଦ ପିଇବା ଓ ସିଗାରେଟ ଟାଣୁଥିବାର ଦର୍ଶକ ଦେଖିଥିବେ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାସ୍ତବ ଜୀବନରେ ଅମିତାଭ ମଦ, ସିଗାରେଟ ଆଦୌ ନିଅନ୍ତି ନାହିଁ। କେବଳ ଏତିକି ନୁହେଁ ଅମିତାଭ ପ୍ରତିଦିନ ଜିମ୍‌ ମଧ୍ୟ ଯାଆନ୍ତି। ଗତ ୭/୮ ବର୍ଷ ହେଲା ଅମିତାଭ ନିୟମିତ ଜିମ୍‌ ଯାଉଛନ୍ତି।

ସୁସ୍ଥ ରହିବା ପାଇଁ ଅମିତାଭ ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ଏବେ ସେ କେବଳ ସିଝା ପରିବା ଖାଇବା ସହ ବାଲାନ୍ସଡ୍‌ ଡାଏଟ୍‌ ଫଲୋ କରୁଛନ୍ତି। ଅମିତାଭ ବିଲକୁଲ ବି ମିଠା ଖାଆନ୍ତି ନାହଁ।

Comment