ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରୁ ସୁସ୍ଥ ହେବା ପରେ ମହିଳାମାନଙ୍କର ଅଧିକ କେଶ ଝଡ଼ୁଛି। ଏ କଥା କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଜଣେ ମହିଳା କହିଛନ୍ତି। ସେ ହେଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋଡା। ନିକଟରେ ଏକ ଭିଡିଓ ସେୟାର କରି ସେ ପ୍ରଶଂସକଙ୍କୁ ଏକ କଥା କହିବା ସହିତ କିଭଳି ଏହି କେଶ ଝଡ଼ିବା ସମସ୍ୟାରୁ ରକ୍ଷା ପାଇ ହେବ କହିଛନ୍ତି।

କରୋନାରେ ଆକ୍ରାନ୍ତ ହେବା ପରେ ଯେଉଁମାନଙ୍କର କେଶ ଅଧିକ ଝଡ଼ୁଛି ସେମାନେ କେଶରେ ପିଆଜ ରସ ଲଗାଇ ପାରିବେ ବୋଲି ମଲାଇକା ଏକ ଭିଡିଓରେ କହିଛନ୍ତି। ସେ ନିଜେ ମଧ୍ୟ ଏକ ତୁଳା ସାହାଯ୍ୟରେ କେଶରେ ପିଆଜ ରସ ଲଗାଉଥିବାର ନଜର ଆସିଛନ୍ତି।

ଏଥିସହିତ ବର୍ତ୍ତମାନ ସେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଭିଟାମିନ୍, ଔଷଧ ସେବନ କରୁଛନ୍ତି ବୋଲି କହିଛନ୍ତି। କିଛି ଦିନ ପୂର୍ବରୁ ପୂର୍ବରୁ ମଲାଇକା କରୋନା ପଜିଟିଭ୍ ହୋଇଥିଲେ। ଏହା ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କାମକୁ ଫେରିଛନ୍ତି।

Comment