ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ୭ ଜଣ ଜଣାଶୁଣା ଫିଲ୍ମ ନିର୍ମାତାଙ୍କୁ ନୋଟିସ ପଠାଯାଇଛି। ବିହାରର ମୁଜାଫରପୁର ଏଡିଜେ କୋର୍ଟ ସୋମବାର ଏହି ନୋଟିସ ପଠାଇଛନ୍ତି। ଏହି ୭ ଜଣ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ଅଛନ୍ତି କରଣ ଜୋହର, ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଏକତା କପୁର, ସାଜିଦ ନାଦିଆୱାଲା, ଭୂଷଣ କୁମାର, ଦୀନେଶ ବିଜୟ।

ଅକ୍ଟୋବର ୨୧ ରେ ନିଜେ କିମ୍ବା ଓକିଲଙ୍କ ମାଧ୍ୟମରେ ସକାଳ ୧୦ଟା ସମୟରେ କୋର୍ଟରେ ହାଜର ହେବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ମୁଜାଫରପୁର କୋର୍ଟରେ ଏକ ମାମଲାର ଶୁଣାଣି ଚାଲିଥିଲା। ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Comment