ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜ ଓ ଲୋକଙ୍କ ପ୍ରତି ଉଲ୍ଲେଖନୀୟ ପ୍ରତିବଦ୍ଧତା ଏବଂ ଯତ୍ନଶୀଳ ଦୃଷ୍ଟିକୋଣ ରଖିଆସିଛି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନାଲ୍‌କୋ (ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍)। ଏହି ନବରତ୍ନ ପିଏସ୍‌ୟୁ କମ୍ପାନିକୁ ସିଏସ୍‌ଆର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆଇସିସି ପିଏସ୍‌ଇ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍‌ଲାଇନ୍‌ରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ୧୦ମ ପବ୍ଲିକ ସେକ୍ଟର ଏଜେଣ୍ଡା ମିଟ୍‌ରେ ନାଲ୍‌କୋକୁ ଏହି ସମ୍ମାନଜକନ ପୁରସ୍କାର ଦିଆଯାଇଛି।

ଜଣେ ଦାୟିତ୍ୱଶୀଳ କର୍ପୋରେଟ୍ ହିସାବରେ ନାଲ୍‌କୋ ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ସିଏସ୍‌ଆର ପ୍ରକଳ୍ପ କାର୍ଯ୍ୟ କରିଆସୁଛି। ଯେଉଁଥିରେ ଇନ୍ଦ୍ରଧନୁସ୍ (କୋରାପୁଟର ଆଦିବାସୀ ପିଲାଙ୍କ ପାଇଁ ଆବାସିକ ଶିକ୍ଷା କାର୍ଯ୍ୟକ୍ରମ), ଅନୁଗୁଳ ଓ ଦାମନଯୋଡ଼ିଠାରେ ମୋବାଇଲ ସ୍ୱାସ୍ଥ୍ୟ ୟୁନିଟ୍‌, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ, ବାଳିକାଙ୍କୁ ଶିକ୍ଷିତ ଓ ସଶକ୍ତ କରିବା ପାଇଁ ‘ନାଲ୍‌କୋ କି ଲାଡ୍‌ଲି’ ଆଦି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ।

ଏଠାରେ ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ସଙ୍କଟ ମଧ୍ୟରେ ନାଲ୍‌କୋ ଅନେକ ପଦକ୍ଷେପ ନେଇଛି। ଏହି ମହାମାରୀର ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଯଥାସମ୍ଭବ ସମସ୍ତ ସହାୟତା ପ୍ରଦାନ କରୁଛି।

LEAVE A REPLY

Please enter your comment!
Please enter your name here