ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀକୁ ଏକ ବିଶ୍ୱସ୍ତରୀୟ ସହର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀସେତୁ। ଏଥିପାଇଁ ବୁଧବାର ୪ଟି ମୌଜାର ପ୍ରଶାସନ ପକ୍ଷରୁ ଜନଶୁଣାଣି କରାଯାଇଛି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୮ ଏକର ଜମି ଆଵଶ୍ୟକତା ଥିବା ବେଳେ ଏଯାବତ୍ ପ୍ରାୟ ୯୦ ପ୍ରତିଶତ ଜମି ପ୍ରଶାସନ ଅଧିଗ୍ରହଣ କରି ସାରିଛି।

ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ବୁଧବାର ୪ଟି ମୌଜାର ବିସ୍ଥାପିତ ହେବାକୁ ଥିବା ଲୋକେ ଜନଶୁଣାଣିରେ ଯୋଗଦେଇ ନିଜ ନିଜର ପକ୍ଷ ରଖିଥିବା ବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଜନଶୁଣାଣି ଶେଷ ହୋଇଛି ଓ ସରକାରଙ୍କ ଶ୍ରୀସେତୁ ସେତୁ ଯୋଜନାକୁ ସଧାରଣରେ ପ୍ରଶଂସା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।ଶ୍ରୀସେତୁ ନିର୍ମାଣ ପାଇଁ ଅବଢ଼ା ଯୋଜନାରେ ରାଜ୍ୟ ସରକାର ୧୯୦ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇଛନ୍ତି। ପ୍ରାୟ ୩୮ ଏକର ଜମି ମଧ୍ୟରୁ ୩୪ ଏକର ବେସରକାରୀ ଓ ୪ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇଛି।

ଶ୍ରୀସେତୁ ପାଇଁ ସମଙ୍ଗ, ମାଟିତୋଟା, ମାର୍କଣ୍ଡଶ୍ୱର ସାହି, ଦାଣ୍ଡି ମାଳ ସାହି ମୌଜାରୁ ୧୪୬ଟି ଜମି ଅଧିଗ୍ରହଣ କରାଯିବ। ସେଥି ମଧ୍ୟରୁ ଏପର୍ଯ୍ୟନ୍ତ ୯୦ ପ୍ରତିଶତ ଜମି ଅଧିଗ୍ରହଣ କରାଯାଇଛି। ପ୍ରଶାସନ ପକ୍ଷରୁ ଥଇଥାନ ଓ ପୁନର୍ବାସ ଆଇନ ୨୦୧୩ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

Comment