ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମରେ ପ୍ରବଳ ହୋଇଛି। ଗତ ଦୁଇ ତିନି ଦିନ ଧରି ଲଗାଣ ବର୍ଷା ହେବା ପରେ ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଋଷିକୁଲ୍ୟା ନଦୀରେ  ଜଳ ସ୍ତର ବୃଦ୍ଧି ପାଇଛି। ପୁରୁଷୋତ୍ତପୁରରେ ବିପଦ ସଙ୍କେତ ଉପରେ ଋଷିକୂଲ୍ୟାର ଜଳସ୍ତର ରହିଛି।

ପୁରୁଷୋତ୍ତମପୁରରେ ବପଦ ସଙ୍କେତ ୧୫.୮୩ ମିଟର ରହିଥିଲା ବେଳେ ଏବେ ଜଳସ୍ତର ୧୬.୩୫ ମିଟର ରହିଛି। ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ନଈକୂଳିଆ ଲୋକଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

ଅନ୍ୟପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଦିନ ୧୧ଟା ପର୍ଯ୍ୟନ୍ତ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା- କନ୍ଧମାଳ, ଜଗତସିଂହପୁର, କଟକ ସହର ସମେତ କଟକ ଜିଲ୍ଲା, ଭୁବନେଶ୍ଵର ସମେତ ଖୋର୍ଦ୍ଧା, ରାୟଗଡ଼ା, ଯାଜପୁର, ସୁବର୍ଣ୍ଣପୁର, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି।

Comment