ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ସିନେମା ହଲ ଖୋଲିବାକୁ ଯାଉଛି। ଅକ୍ଟୋବର ୧୫ରୁ ଲୋକମାନେ ସିନେମା ହଲକୁ ଯାଇ ସେମାନଙ୍କର ପ୍ରିୟ ଫିଲ୍ମ ଦେଖିବାର ସୁଯୋଗ ପାଇବେ।  ବହୁ ଦିନ ପରେ ସିନେମା ହଲ୍‌ ଖୋଲୁଥିବାରୁ କିଛି ଫିଲ୍ମକୁ ପୁଣି ଥରେ ରିଲିଜ କରାଯିବ ବୋଲି ଜଣାପଡ଼ିଛି। ଟ୍ରେଡ ଆନାଲିସିଷ୍ଟ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ତେବେ କେଉଁସବୁ ଫିଲ୍ମ ପୁଣିଥରେ ରିଲିଜ ହେବ ଆସନ୍ତୁ ଜାଣିବା?

ବଲିଉଡର ୬ଟି ସୁପରଡୁପର ହିଟ ଫିଲ୍ମ ପୁଣି ରିଲିଜ ହେବ ବୋଲି ଜଣାପଡ଼ିଛି। ଏହି ଫିଲ୍ମ ମଧ୍ୟରେ ରହିଛି ଅଜୟ ଦେବଗନଙ୍କ  ‘ତାନାଜୀ’, ଟାଇଗର ଓ ହ୍ରିତକ ରୋଶନଙ୍କ ‘ଓ୍ୱାର’, ଆୟୁଷ୍ମାନଙ୍କ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’,  ଆଦିତ୍ୟ ରାୟ କପୁର ଓ ଦିଶା ପାଟନୀଙ୍କ ‘ମଲଙ୍ଗ’, ସୁଶାନ୍ତ ସିଂ ରାଜପୁତଙ୍କ ‘କେଦାରନାଥ’, ଓ ତାପସୀ ପନ୍ନଙ୍କୁ ‘ଥପଡ’।

ଏହି ସବୁ ଫିଲ୍ମ ମଧ୍ୟରୁ ‘କେଦାରନାଥ’ ୨୦୧୮ରେ ରିଲିଜ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତିରେ ଏହି ଫିଲ୍ମକୁ ପୁଣି ଥରେ ରିଲିଜ କରିବାକୁ ସ୍ଥିର ହୋଇଛି। ଏହି ଫିଲ୍ମକୁ ଦର୍ଶକ ମଧ୍ୟ ପସନ୍ଦ କରିଥିଲେ।

Comment