ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ କଟକରେ ଗଣଦୁଷ୍କର୍ମ ଘଟଣାର ତଦନ୍ତ ଜୋରଦାର ହୋଇଛି। ବୁଧବାର ଜଣଙ୍କୁ ଗିରଫ କରିବା ପରେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ହେଲେ ଚାଉଳିଆଗଞ୍ଜର ସନ୍ତୋଷ ବେହେରା ଓ ତା’ ସାଙ୍ଗ ରାକା। କଟକ ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି।  ଏଥସହିତ ଚାଉଳିଗଞ୍ଜ ଥାନାରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି।

ପୀଡ଼ିତା ଜଣକ ଏବେ ବସୁନ୍ଧରା ଚାଇଲ୍ଡ ଲାଇନରେ ଅଛନ୍ତି। ତାଙ୍କର ଡାକ୍ତରୀମାଇନା ଶେଷ ହୋଇଥିବା ଡିସିପି କହିଛନ୍ତି। ଏଥିସହିତ ପୀଡ଼ିତାଙ୍କର ବୟାନ ରେକର୍ଡ ମଧ୍ୟ ହୋଇଛି।

ସୂଚନା ଅନୁସାରେ ସଂପୃକ୍ତ ନାବାଳିକା ଜଣକ ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର। ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ନାବାଳିକା ଜଣଙ୍କ କଟକ ପ୍ରଫେସରପଡ଼ାରେ ରହୁଥିବା ନିଜ ଭଉଣୀ ଘରକୁ ଚାଲିଆସିଥିଲେ। ତେବେ ସେମାନଙ୍କ ପାଖରୁ ମଧ୍ୟ ଗାଳିଗୁଲଜ ମିଳିବା ପରେ ନାବାଳିକା ଜଣକ ଘରଛାଡ଼ି ଆସି କଟକ ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲେ।

ଏହି ସମୟରେ ସନ୍ତୋଷ ବେହେରା ନାମକ ଜଣେ ଯୁବକ ତାଙ୍କୁ ଆଶ୍ରୟ ଦେବାକୁ କହି ଚାଉଳିଆଗଞ୍ଜର ଏକ କୁକୁଡ଼ା ଫାର୍ମକୁ ନେଇଥିଲେ। ସେଠାରେ ସନ୍ତୋଷ ତା ସାଙ୍ଗ ରାକା ସହ ମିଶି ନାବାଳିକାଙ୍କୁ ଦୁର୍ଷ୍କମ କରି ଏହାର ଭିଡ଼ିଓ ରେକର୍ଡ କରିଥିଲେ। ସେ ଯଦି କାହାକୁ ଏହି ବିଷୟରେ କହିବେ ତେବେ ତାଙ୍କ ଭିଡିଓ ଭାଇରାଲ କରିଦେବେ କହି ଦୀର୍ଘ ୨୨ ଦିନଧରି ନାବାଳିକା ଜଣଙ୍କୁ ଉଭୟେ ମିଶି ଦୁର୍ଷ୍କମ କରିଥିଲେ।

Comment