ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱରେ ଭାରତୀୟ ଖାଦ୍ୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଅନେକ ବିଦେଶୀ ମଧ୍ୟ ଭାରତୀୟ ଖାଦ୍ୟକୁ ବେଶ୍‌ ପସନ୍ଦ କରିଥାନ୍ତି। ତେବେ ଆଜି ବିଶ୍ୱ ଖାଦ୍ୟ ଦିବସରେ ତାଇଓ୍ୱାନର ରାଷ୍ଟ୍ରପତି ସାଇ ଇଙ୍ଗ ୱେନ୍ ଭାରତୀୟ ଖାଦ୍ୟକୁ ପ୍ରଶଂସା କରିଛନ୍ତି।

କେବଳ ଏତିକି ନୁହେଁ ଗୁରୁବାର ଦିନ ତାଇୱାନର ରାଷ୍ଟ୍ରପତି ଏକ ଟୁଇଟରେ ଭାରତୀୟ ଖାଦ୍ୟରେ ନିଜର ପସନ୍ଦ ବିଷୟରେ କହିଛନ୍ତି। ଏଥିସହିତ ତାଇୱାନରେ ଅନେକ ଭାରତୀୟ ରେସ୍ତୋରାଁ ରହିଛି ଓ ଏଠିକାର ଲୋକମାନେ ମଧ୍ୟ ଭାରତୀୟ ରୋଷେଇକୁ ପସନ୍ଦ କରନ୍ତି ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

ତାଙ୍କର ଏହି ପୋଷ୍ଟରେ ଭାତ, ଡାଲି, ନାନ୍‌, ସାଲାଡ ଏବଂ ଅନ୍ୟାନ୍ୟ ଖାଦ୍ୟ ଥିବା ପ୍ଲେଟ ମଧ୍ୟ ରହିଛି।

ଏହାପୂର୍ବରୁ ଭାରତ ସହିତ ଜଡ଼ିତ ଆଉ ଏକ ପୋଷ୍ଟ ସେୟାର କରିଥିଲେ ତାଇଓ୍ୱାନ ରାଷ୍ଟ୍ରପତି। ଯେଉଁଥିରେ ସେ ତାଜମହଲର ଫଟୋ ପୋଷ୍ଟ କରି ଭାରତୀୟଙ୍କୁ ଧନ୍ୟବାଦ ଜଣାଇଥିଲେ।

ତାଇଓ୍ୱାନ ରାଷ୍ଟ୍ରପତିଙ୍କ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଲକଡାଉନ ମଧ୍ୟରେ ନିଜ ଘରେ ସିଙ୍ଗଡ଼ା ବନେଇଥିଲେ। ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ କରିଥିଲେ।

Comment