ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ନବରାତ୍ରି ପର୍ବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ ଟୁଇଟ କରି ଲେଖିଛନ୍ତି, ‘‘ନବରାତ୍ରିର ଶୁଭ ଅବସରରେ ଅନେକ ଅନେକ ଅଭିନନ୍ଦନ। ମାତା ଜଗଦମ୍ବା ଆପଣଙ୍କ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣନ୍ତୁ’’।

ନବରାତ୍ରିର ପ୍ରଥମ ଦିନରେ ମାତା ଶୈଳପୁତ୍ରୀ ଆଶୀର୍ବାଦ ଦେଇ ସମସ୍ତଙ୍କୁ ନିରାପଦ, ସୁସ୍ଥ ରଖନ୍ତୁ ବୋଲି ଆଉ ଏକ ଟୁଇଟରେ ଲେଖିଛନ୍ତି ମୋଦୀ।

ପବିତ୍ର ନବରାତ୍ରିରେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ ୯ ଅବତାରରେ ପୂଜା କରାଯାଏ।  ପ୍ରତ୍ୟେକ ଦିନ ଏହି ୯ ଅବତାରକୁ ଲାଗି ହୁଏ ୯ ପ୍ରକାରର ଭୋଗ।

Comment