ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ରାଜନଅର ନିକଟରେ ହୋଉଥିବା ଦୁର୍ଗା ପୂଜାକୁ ପ୍ରତିବର୍ଷ ବେଶ୍ ଜାକଜମକରେ ପାଳନ କରାଯାଏ। କିନ୍ତୁ ଚଳିତବର୍ଷ ସମ୍ପୂର୍ଣ୍ଣ କୋଭିଡ୍ ନିୟମ ଅନୁଯାୟୀ ଏଠାରେ ଦୁର୍ଗା ପୂଜା ହେବ। ପୂଜାର ନୀତିକାନ୍ତିଠାରୁ ଆରମ୍ଭ କରି ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସବୁକିଛି ନିରାଡ଼ମ୍ବର ହେବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି।

ରାଜରାଜୁଡ଼ା ଅମଳରୁ ରାଜନଅର ପାଖରେ ଥିବା କନକ ଦୁର୍ଗା ମନ୍ଦିରରେ ରାଜାଙ୍କ ପରିବାରବର୍ଗ ଦଶହରା ପାଳନ କରୁଥିଲେ। ସେବେଠାରୁ ଏଠାରେ ମା’ ଦୁର୍ଗା ପୂଜା ପାଇ ଆସୁଛନ୍ତି।

ଚଳିତବର୍ଷ କୋଭିଡ -୧୯ ନିୟମ ଅନୁଯାୟୀ ଦୁର୍ଗାପୂଜା ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ୪ ଫୁଟ୍‌ର ମୃଣ୍ମୟ ମୂର୍ତ୍ତି ନିର୍ମାଣ ହେଉଛି। ମଣ୍ଡପର ତିନି ପଟୁ ବନ୍ଦ କରାଯାଇ ପୂଜା କରାଯିବ। ପୂଜା ପାଇଁ ୭ ଜଣ ସେବାୟତ ରହିବେ। ସେହିପରି ଭକ୍ତଙ୍କୁ ଦର୍ଶନ ମନା ହୋଇଛି।ଏବର୍ଷ କୋଭିଡ୍ ନିମୟ ଅନୁଯାୟୀ ସମସ୍ତ ନୀତିକାନ୍ତି ସମାପନ ହେବ ବୋଲି ପୂଜାକମିଟି ସୂଚନା ଦେଇଥିବା ବେଳେ ମହା ଆଳତି, ଭୋଗ ପାଇବାରୁ ଭକ୍ତମାନେ ବଞ୍ଚିତ ହେବେ ବୋଲି ଜଣାପଡ଼ିଛି।

Comment