ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ସିମ୍ବା’, ‘ସୂର୍ଯ୍ୟବଂଶୀ’ ପରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫିଲ୍ମରେ ତୃତୀୟ ଥର ପାଇଁ କାମ କରିବାକୁ ଯାଉଛନ୍ତି ଅଭିନେତା ରଣବୀର ସିଂ। ଏହି ଫିଲ୍ମ ରଣବୀରଙ୍କ ପାଇଁ ବେଶ ଖାସ ରହିଛି। କାରଣ ଏଥିରେ ପ୍ରଥମ ଥର ସେ ଡବଲ ରୋଲ୍‌ରେ ନଜର ଆସିବେ।

ରୋହିତ ସେଟ୍ଟୀଙ୍କ ଅପକମିଂ ଫିଲ୍ମର ନାଁ ହେଉଛି ‘ସର୍କସ’। ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ନିଜେ ଏହି ସୂଚନା ଦେଇଛନ୍ତି। ଯେଉଁଥିରେ ରଣବୀର ସିଂ, ରୋହିତ ସେଟ୍ଟୀ ଓ ଭୂଷଣ କୁମାର ନଜର ଆସିଛନ୍ତି।

ତେବେ ରୋହିତ ସେଟ୍ଟୀଙ୍କ ଏହା ଏକ କମେଡି ଫିଲ୍ମ। ଏଥିରେ ପୂଜା ହେଗଡେ, ଜ୍ୟାକଲିନ, ବରୁଣ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଆସନ୍ତା ମାସରେ ମୁମ୍ବାଇରେ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ। ଏଥିସହିତ ୨୦୨୧ ଫିଲ୍ମ ରିଲିଜ କରିବାର ଯୋଜନା ରହିଛି।

ଅନ୍ୟପଟେ ରଣବୀରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘୮୩’ ରିଲିଜ ଅପେକ୍ଷାରେ ରହିଛି। ସେହିପରି ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ମଧ୍ୟ କରୋନା ପାଇଁ ରିଲିଜ ହୋଇନାହିଁ।

Comment