ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ପ୍ରଖ୍ୟାତ ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍‌ସରରୁ ସୁସ୍ଥ ହୋଇଛନ୍ତି। ସଞ୍ଜୁ ବାବା ନିଜେ ଟୁଇଟ କରି ଏହି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଏହି ଅସୁବିଧା ସମୟରେ ତାଙ୍କ ସହ ଛିଡା ହୋଇଥିବାରୁ ସେ ତାଙ୍କ ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଟୁଇଟରେ ସେ ଲେଖିଛନ୍ତି, “ଗତ କିଛି ସପ୍ତାହ ମୁଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ କୁହାଯାଏ ଭଗବାନ ସବୁଠୁ ମଜଭୁତ ଲୋକଙ୍କୁ ଅଧିକ କଷ୍ଟ ଦିଅନ୍ତି। ଭଗବାନଙ୍କ ଏହି ପରୀକ୍ଷାରେ ମୁଁ ଆଜି ଜିତିଛି। ପୁଅର ଜନ୍ମଦିନରେ ଏହି ଖବର ସମସ୍ତଙ୍କୁ ଦେଇ ମୁଁ ଖୁସି ଅଛି’’।

ସେ ଆହୁରି ମଧ୍ୟ ଲେଖିଛନ୍ତି, “ତୁମ ସମସ୍ତଙ୍କ ସମର୍ଥନ ବିନା ଏହା ସମ୍ଭବ ହୋଇ ନଥାନ୍ତା। ମୋ ପରିବାର, ବନ୍ଧୁ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଗଭୀର କୃତଜ୍ଞତା ଜଣାଉଛି’’।

ଏଥିସହିତ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ସେବାନ୍ତୀ, ତାଙ୍କ ଟିମ୍‌ ଏବଂ କୋକିଲାବେନ୍ ହସ୍ପିଟାଲର ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସଞ୍ଜୟ ଧନ୍ୟବାଦ ଦେଇଛନ୍ତି।

ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଗତ ଅଗଷ୍ଟ ୧୧ରେ ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here