ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପରଦାକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି କିଙ୍ଗ୍‌ ଖାନ୍‌ ଶାହରୁଖ। ୟଶରାଜ ଫିଲ୍ମ୍‌ସ ଆଣୁଥିବା ‘ପଠାନ’ ଫିଲ୍ମରେ ସେ ନଜର ଆସିବେ। ନଭେମ୍ବରରୁ ସେ ତାଙ୍କ ଆଗାମୀ ଫିଲ୍ମ ‘ପଠାନ’ର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

ତେବେ ଏହି ଫିଲ୍ମର ସୁଟିଂ ୨ ଭାଗରେ ହେବ। ନଭେମ୍ବର ଓ ଡିସେମ୍ବରରେ ଶାହରୁଖ ଏକା ସୁଟିଂ କରିବେ। ନୂଆବର୍ଷ ଛୁଟିପରେ ପୂରା ଟିମ୍‌ ସୁଟିଂ କରିବେ। ଏହି ଫିଲ୍ମରେ ଶାହରୁଖଙ୍କ ସହିତ ଦୀପିକା ପାଦୁକୋନ ଓ ଜନ ଇବ୍ରାହମ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଶାହରୁଖଙ୍କ ସହିତ ଜନ୍‌ଙ୍କର ଏହା ପ୍ରଥମ ଫିଲ୍ମ।

୨୦୧୮ରେ ଶାହରୁଖଙ୍କ ‘ଜିରୋ’ ଫିଲ୍ମରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା।  ଏହାପରେ କୌଣସି ବି ଫିଲ୍ମରେ ନଜର ଆସିନଥିଲେ ଶାହରୁଖ।

Comment