ଓଡ଼ିଶାଲାଇଭ୍‌ ବ୍ୟୁରୋneha kakker 3

ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଛନ୍ତି ବଲିଉଡ ଗାୟିକା ନେହା କକ୍କର। ଦିଲ୍ଲୀରେ ଏକ ଗୁରୁଦ୍ୱାରରେ ସେ ବିବାହ କରିଛନ୍ତି। ବିବାହ ସମୟର ଭିଡିଓ ଏବେ ସାମ୍ନାକୁ ଆସିଛି।

ବିବାହ ପୂର୍ବର ରୀତିନୀତି ଦିଲ୍ଲୀରେ ଆରମ୍ଭ ହୋଇଥିଲା। ନେହାଙ୍କ ହଳଦୀ ଓ ମେହେନ୍ଦୀ ଉତ୍ସବର ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହୋଇଥିଲା।neha kakker 2

ଫଟୋରେ ରୋହନପ୍ରୀତ ଓ ନେହାଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ତେବେ ଅକ୍ଟୋବର ୨୩ରେ ସେମାନେ କୋର୍ଟ ମ୍ୟାରେଜ କରିଥିଲେ।

ନିକଟରେ ନେହା କକ୍କର ଏବଂ ରୋହନପ୍ରୀତ ସିଂହଙ୍କ ଏକ ମ୍ୟୁଜିକ ଭିଡିଓ ‘ନେହୁ ଦା ବ୍ୟାହ’ ରିଲିଜ ହୋଇଥିଲା। ଭିଡିଓରେ ନେହା ଏବଂ ରୋହନପ୍ରିତଙ୍କ ରୋମାଣ୍ଟିକ୍ ଯୋଡ଼ିକୁ ଖୁବ୍ ପସନ୍ଦ କରାଯାଇଥିଲା। ବାସ୍ତବ ଜୀବନରେ ବି ସେମାନଙ୍କ ଯୋଡ଼ି ଜମିବ ବୋଲି କୁହାଯାଉଛି।

Comment