ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନ ତଳେ ଉତ୍ତର ପ୍ରଦେଶରେ ଦାଢ଼ି ରଖିବା କାରଣରୁ ଚାକିରିରୁ ସସପେଣ୍ଡ ହୋଇଥିବା ସବ୍ ଇନସ୍ପେକ୍ଟର ଇନ୍ତସାର ଅଲ୍ଲୀ ଦାଢ଼ି କାଟିବା ପରେ ଆଜି ଚାକିରିରେ ପୁଣିଥରେ ଯୋଗ ଦେଇଛନ୍ତି। ସେଠାକାର ଏସପି ଅଭିଷେକ ସିଂହ ଇନ୍ତସାରଙ୍କ ଉପରେ ଥିବା ନିଲମ୍ବନ ଆଦେଶକୁ ଉଠାଇ ଦେଇଛନ୍ତି।

ଅକ୍ଟୋବର ୨୦ ତାରିଖରେ ସବ-ଇନସ୍ପେକ୍ଟର ଇନ୍ତସାର ଅଲ୍ଲୀଙ୍କୁ ଦାଢ଼ି ରଖିବା ଅଭିଯୋଗରେ ସେଠାକାର ଏସପି ଚାକିରିରୁ ସସପେଣ୍ଡ କରିଥିଲେ। ଇନ୍ତସାରଙ୍କୁ ବାରମ୍ବାର ଦାଢ଼ି କାଟିବାକୁ କୁହାଯାଉଥିଲେ ମଧ୍ୟ, ସେ ଦାଢ଼ି କାଟିନଥିଲେ। ଏହାପରେ ବାଧ୍ୟ ହୋଇ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଏହି ଘଟଣାକୁ ନେଇ ସେ ସମୟରେ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା।

ହେଲେ ସେ ସମୟରେ ଏହାକୁ ନେଇ ସେଠାକାର ଏସପି କହିଥିଲେ ଯେ, ପୋଲିସ ମାନୁଆଲ୍ ଅନୁସାରେ କେବଳ ଶିଖମାନଙ୍କୁ ଦାଢ଼ି ରଖିବାକୁ ଅନୁମତି ମିଳିଛି। ତାଙ୍କ ବ୍ୟତୀତ ଅନ୍ୟ ପୋଲିସ ଅଫିସରଙ୍କୁ ଦାଢ଼ି ରଖିବାକୁ ଅନୁମତି ନାହିଁ। ଇନ୍ତସାର ଅଲ୍ଲୀଙ୍କୁ ବାରମ୍ବାର ଦାଢ଼ି କାଟିବାକୁ କୁହାଯାଇଥିଲା। ହେଲେ ସେ ଦାଢ଼ି କାଟିନଥିଲେ। ଶେଷରେ ବାଧ୍ୟ ହୋଇ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ବୋଲି ସେ କହିଥିଲେ।

ଏଥିସହ ସେ ଯେତେବେଳେ ଦାଢ଼ି କାଟିବେ ସେତେବେଳେ ଆସି ଚାକିରିରେ ଯୋଗଦେଇପାରିବେ ବୋଲି ତାଙ୍କୁ କୁହାଯାଇଥିଲା। ଏହାପରେ ଆଜି ସେ ଦାଢ଼ି କାଟିବା ସହ ଚାକିରିରେ ଆସି ଯୋଗଦେଇଛନ୍ତି।

LEAVE A REPLY

Please enter your comment!
Please enter your name here