ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଗାୟିକା ନେହା କକ୍କର ଶନିବାର ପଞ୍ଜାବୀ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଛନ୍ତି। ଗତକାଲି ଦିଲ୍ଲୀର ଏକ ଗୁରୁଦ୍ଵାରରେ ବେଶ୍ ଧୁମ୍‌ଧାମ୍‌ରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ତେବେ ଆପଣ ଜାଣନ୍ତି କି, ଏହା ପୂର୍ବରୁ ରୋହନପ୍ରୀତ ସେହନାଜ ଗିଲଙ୍କ ସ୍ଵୟମ୍ବରରେ ଭାଗ ନେଇସାରିଛନ୍ତି? ଆଉ ଏବେ ନିଜଠାରୁ ୭ ବର୍ଷ ବଡ଼ ନେହା କକ୍କରଙ୍କ ହାତ ଧରିଛନ୍ତି? ଜାଣନ୍ତୁ ରୋହନପ୍ରୀତଙ୍କ ବିଷୟରେ ଏମିତି କିଛି କଥା..

ରୋହନପ୍ରୀତ କିଏ?

ନେହାଙ୍କ ପରି ରୋହନପ୍ରୀତ ମଧ୍ୟ ସଙ୍ଗୀତ ଜଗତ ସହ ଜଡ଼ିତ। ସେ ଜଣେ ପଞ୍ଜାବୀ ଗାୟକ ଏବଂ ଅଭିନେତା। ରୋହନପ୍ରୀତ ୨୦୧୭ ମସିହାରେ ଆସିଥିବା ବ୍ୟାଙ୍ଗ୍ ଗ୍ୟାଙ୍ଗରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ସେହିବର୍ଷ ସଙ୍ଗୀତଭିତ୍ତିକ ରିୟଲିଟି ସୋ’ ‘ରାଇଜିଂ ଷ୍ଟାର୍-୨’ରେ ଭାଗ ନେବା ସହ ପ୍ରଥମ ରନର୍ସ ଅପ୍ ହୋଇଥିଲେ। ଏହା ପୂର୍ବରୁ ରୋହନପ୍ରୀତ ୨୦୦୭ରେ ‘ସାରେଗାମାପା ଲିଟିଲ ଚାମ୍ପ୍ସରେ’ ମଧ୍ୟ ପ୍ରଥମ ରନର୍ସ ଅପ୍ ହୋଇଥିଲେ।

ନେହାଙ୍କଠାରୁ ୭ ବର୍ଷ ସାନ ରୋହନପ୍ରୀତ

ପଞ୍ଜାବର ପଟିଆଲାରେ ରୋହନପ୍ରୀତ ଜନ୍ମ ହୋଇଥିଲେ। ଏବେ ତାଙ୍କୁ ୨୫ ବର୍ଷ ହୋଇଥିବା ବେଳେ ନେହାଙ୍କୁ ୩୨ ବର୍ଷ। ତେଣୁ ନେହାଙ୍କଠାରୁ ରୋହନପ୍ରୀତ ୭ ବର୍ଷ ସାନ।

ସେହନାଜ ଗିଲ୍‌ଙ୍କ ସ୍ଵୟମ୍ବରରେ ଭାଗ ନେଇଥିଲେ

ବିଗ୍‌ ବସ୍-୧୩ ପ୍ରତିଯୋଗୀ ସେହନାଜ ଗିଲ୍‌ଙ୍କ ସ୍ଵୟମ୍ବର ସୋ’ ‘ମୁଝ୍‌ସେ ଶାଦି କରୋଗେ’ରେ ମଧ୍ୟ ରୋହନପ୍ରୀତ ଭାଗ ନେଇଥିଲେ। ଏହି ସୋ’ରେ ସେ ଅନ୍ୟ ପୁଅଙ୍କ ପରି ସେହନାଜଙ୍କୁ ଇମ୍ପ୍ରେସ କରିବାକୁ ଚେଷ୍ଟା କରିଥିଲେ।ନେହାଙ୍କ ସହ କାମ କରିଛନ୍ତି

ରୋହନପ୍ରୀତ ନେହାଙ୍କ ସହ ମ୍ୟୁଜିକ୍ ଭିଡିଓ କରିସାରିଛନ୍ତି। ନିକଟରେ ତାଙ୍କର ‘ନେହୁ ଦା ବ୍ୟା’ହ୍ ଭିଡିଓ ରିଲିଜ୍ ହୋଇଛି, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।

ବିବାହ ପୂର୍ବରୁ ନେହା ଓ ରୋହନପ୍ରୀତ ଏକାଠି ନଜର ଆସୁଥିଲେ। ଏହା ପରଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା। ଏହାକୁ ରୋହନପ୍ରୀତଙ୍କ ମ୍ୟାନେଜର ପ୍ରଥମେ ଖଣ୍ଡନ କରିଥିଲେ ମଧ୍ୟ ଏବେ ତାହା ସତରେ ପରିଣତ ହୋଇଛି। ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି।

Comment