ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହ୍ୟୁମାନ୍ ବ୍ରାଣ୍ଡ୍‌ସ(ଆଇଆଇଏଚ୍‌ବି)ର TIARA(ଟ୍ରଷ୍ଟ, ଆଇଡେଣ୍ଟିଟି, ଆଟ୍ରାକ୍ଟିଭ୍, ରେସ୍‌ପେକ୍ଟ ଆଣ୍ଡ୍ ଅପିଲ) ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦେଶର ସବୁଠୁ ବିଶ୍ଵସନୀୟ ଓ ସମ୍ମାନିତ ସେଲିବ୍ରିଟିର ମାନ୍ୟତା ପ୍ରଦାନ କରାଯାଇଛି। ସିନେମା ଓ ସାମାଜିକ କ୍ଷେତ୍ରରେ ଅମିତାଭଙ୍କ ପ୍ରମୁଖ ଯୋଗଦାନ ହେତୁ ତାଙ୍କୁ ଏହି ସମ୍ମାନ ମିଳିଛି। ୨୩ଟି ସହରର ୬୦ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।

ଏହି ରିପୋର୍ଟରେ ଅମିତାଭଙ୍କୁ ୮୮.୦ TIARA ସ୍କୋର୍ ମିଳିଛି। ଅମିତାଭଙ୍କ ପଛକୁ ଅଛନ୍ତି ଖିଲାଡ଼ି କୁମାର ଅକ୍ଷୟ। ୮୬.୮ ସ୍କୋର୍ ସହିତ ସେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ସେହିପରି ଅଭିନେତ୍ରୀଙ୍କ ଭିତରେ ଦୀପିକା ପାଦୁକୋନ ୮୨.୮ ସ୍କୋର୍ ସହିତ ସବୁଠୁ ବିଶ୍ଵସନୀୟ ମହିଳା ସେଲିବ୍ରିଟିର ମାନ୍ୟତା ପାଇଛନ୍ତି।

ଏହି ସର୍ଭେରେ ଦେଶର ୧୮୦ ଜଣ ସେଲିବ୍ରିଟିଙ୍କୁ ସାମିଲ କରାଯାଇଥିଲା। ସେଥିମଧ୍ୟରେ ବଲିଉଡରୁ ୬୯ ଜଣ, ଟେଲିଜଗତରୁ ୬୭ ଜଣ, ଖେଳଜଗତରୁ ୩୭ ଜଣ ଓ ଅନ୍ୟ ୭ ଜଣ ସେଲିବ୍ରିଟି ଦମ୍ପତିଙ୍କୁ ସାମିଲ କରାଯାଇଥିଲା। ସେଲିବ୍ରିଟିମାନଙ୍କୁ ଫଟୋ, ବ୍ୟକ୍ତିତ୍ଵ ଆଦି ଆଧାରରେ ସ୍କୋର୍ କରାଯାଇଥିଲା। ଜାପାନର ଗବେଷଣା ସଂସ୍ଥା ରକୁତେନ(Rakuten) କ୍ଷେତ୍ର ଅଧ୍ୟୟନ କରିଥିଲା।kapil sharma-2ଟେଲିଭିଜନ ସେଲିବ୍ରିଟିଙ୍କ ମଧ୍ୟରେ କପିଲ ଶର୍ମା ସବୁଠୁ ଆଗରେ ଅଛନ୍ତି। ଏହି ସର୍ଭେରେ ତାଙ୍କୁ ୬୩.୨ ସ୍କୋର ମିଳିଛି। ସେହିପରି ଖେଳଜଗତରେ ମହେନ୍ଦ୍ର ସିଂ ଧୋନୀ ୮୬.୦ ସ୍କୋର ସହିତ ସବୁଠୁ ଉପରେ ଅଛନ୍ତି। ଭାରତୀୟ ମହିଳା କ୍ରିକେଟ ଦଳର କ୍ୟାପ୍‌ଟେନ୍ ମିତାଲି ରାଜଙ୍କୁ ୮୩.୯ ସ୍କୋର୍ ମିଳିଛି। ବିରାଟ କୋହଲି ଓ ଅନୁଷ୍କା ଶର୍ମା ୭୦.୧ ସ୍କୋର୍ ସହିତ ସବୁଠୁ ବିଶ୍ଵସନୀୟ ସେଲିବ୍ରିଟି ଦମ୍ପତିର ମାନ୍ୟତା ପାଇଛନ୍ତି।ଟେଲିଭିଜନ ଜଗତ ସହ ଜଡ଼ିତ ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ୬୦.୫ ସ୍କୋର୍ ସହିତ ସବୁଠୁ ଆଗରେ ଅଛନ୍ତି। ଖେଳ ବିଭାଗରେ ରୋହିତ ଶର୍ମା ୮୫.୩ ସ୍କୋର୍ ସହିତ ସବୁଠୁ ବେଶୀ ପରିଚିତ ସେଲିବ୍ରିଟିର ଆଖ୍ୟା ପାଇଛନ୍ତି। ସେହିପରି ସ୍ମୃତି ମନ୍ଦାନା ୮୦.୪ ସ୍କୋର୍ ସହ ସବୁଠୁ ବେଶୀ ପରିଚିତ ମହିଳା ସେଲିବ୍ରିଟିର ମାନ୍ୟତା ପାଇଛନ୍ତି। ସେଲିବ୍ରିଟି ଦମ୍ପତି ରଣବିର ସିଂ ଓ ଦୀପିକା ପାଦୁକୋନ ସର୍ବାଧିକ ପରିଚିତ ଦମ୍ପତି ଭାବେ ୮୬.୧ ସ୍କୋର୍ କରିଛନ୍ତି।

‘କଫି ଓିଥ୍ କରନ’ ସୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସବୁଠାରୁ ବିବାଦୀୟ ସେଲିବ୍ରିଟିର ଆଖ୍ୟା ମିଳିଛି। ତାଙ୍କ ପଛକୁ ଅଛନ୍ତି ସଲମାନ ଖାନ୍ ଓ କଙ୍ଗନା ରାଣାଓ୍ଵତ। କରନ ଜୋହର ଓ ମଲାଇକା ଅରୋରା ସବୁଠୁ ବେଶୀ ବିବାଦୀୟ ଟେଲିଭିଜନ ସେଲିବ୍ରିଟିର ମାନ୍ୟତା ପାଇଛନ୍ତି।ସେହିପରି ଖେଳଜଗତରେ ବିରାଟ କୋହଲି ଓ ସାନିଆ ମିର୍ଜା ବିବାଦୀୟ ସେଲିବ୍ରିଟି ଭାବେ ସ୍କୋର୍ କରିଛନ୍ତି। ରଣବିର କପୁର ଓ ଆଲିଆ ଭଟ୍ଟ ସବୁଠାରୁ ବିବାଦୀୟ ଦମ୍ପତି ଭାବେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ଆଲିଆ ଭଟ୍ଟ ଦେଶର ସବୁଠୁ ଆକର୍ଷଣୀୟ ସେଲିବ୍ରିଟି ଭାବେ ୯୦.୭ ସ୍କୋର୍ ମିଳିଛି। ତାଙ୍କ ପଛକୁ ହ୍ରିତିକ ରୋଶନ (୮୭.୭) ଓ କ୍ୟାଟ୍ରିନା କୈଫ୍(୮୬.୦) ଅଛନ୍ତି।

Comment