ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିବାହ ପରେ ବଲିଉଡ ଗାୟିକା ନେହା କକ୍କର ଓ ଗାୟକ ରୋହନପ୍ରୀତ୍‌ ପଞ୍ଜାବରେ ସୋମବାର ରିସେପ୍ସନ୍ ପାର୍ଟି ଦେଇଛନ୍ତି। ଏହି ପାର୍ଟିରେ ନେହା ରୋହନଙ୍କ ପାଇଁ ଏକ ଜବରଦସ୍ତ ପଞ୍ଜାବୀ ଗୀତ ଗାଇଥିଲେ। ଏଥିସହିତ ପାର୍ଟିରେ ସବୁଠୁ ଆକର୍ଷଣୀୟ ଥିଲା ନେହା ଆଉ ରୋହନଙ୍କ ଲୁକ୍‌।

ପାର୍ଟିରେ ନେହା ଏକ ଧଳା ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଡାଇମଣ୍ଡ ଅଳଙ୍କାର ସହିତ ମଥାରେ ସିନ୍ଦୂର, ହାତରେ ଚୁଡ଼ି ପିନ୍ଧି ବେଶ୍‌ ସୁନ୍ଦର ଦିଶୁଥିଲେ ନେହା। ତେବେ ରୋହନ୍‌ ମଧ୍ୟ କିଛି କମ୍‌ ଲାଗୁନଥିଲେ।  ନୀଳ ରଙ୍ଗର ସୁଟ୍ ସହିତ ଧଳା ସାର୍ଟରେ ରୋହନଙ୍କ ଲୁକ୍‌ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ପାର୍ଟିରେ ପଞ୍ଜାବୀ ଫିଲ୍ମ ଜଗତର ବହୁ କଳାକାର ସାମିଲ ହୋଇଥିଲେ।

ଅକ୍ଟୋବର ୨୪ରେ ଦିଲ୍ଲୀରେ ଏକ ଗୁରୁଦ୍ୱାରରେ ବିବାହ କରିଥିଲେ ନେହା ଓ ରୋହନ। ବିବାହ ପରେ ସୋମବାର ନିଜ ଶାଶୂଘରେ ପହଞ୍ଚିଥିଲେ ନେହା। ସେଠାରେ ନେହାଙ୍କୁ ସମ୍ପୂର୍ଣ୍ଣ ପଞ୍ଜାବୀ ଷ୍ଟାଇଲରେ ସ୍ୱାଗତ କରାଯାଇଥିଲା।

Comment