ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାରୁ ପୂରାପୂରି ଅପସାରିତ ହୋଇ ଯାଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ଏ ବର୍ଷ ୧୦୪ ପ୍ରତିଶତ ବର୍ଷା ହୋଇଛି। ଜୁନ୍ ପହିଲାରୁ ଅକ୍ଟୋବର ୨୮ ମଧ୍ୟରେ ୧୩୦୨ ମିମି ବର୍ଷା ହୋଇଥିଲା ବୋଲି ବିଭାଗ କହିଛି।

ତିରିଶି ଜିଲ୍ଲା ମଧ୍ୟରୁ ମାଲକାନଗିରି ଓ ଝାରସୁଗୁଡ଼ାରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ଼ କରାଯାଇଥିଲା। ଶତକଡ଼ା ହିସାବରେ ଏହା +୪୩ ପ୍ରତିଶତ ଓ +୨୫ ପ୍ରତିଶତ। ତେଣେ ଖୋର୍ଦ୍ଧା, ପୁରୀ,ବାଲେଶ୍ୱର ଓ ଗଜପତି ଜିଲ୍ଲାରେ କମ ବର୍ଷା ହୋଇଥିବା ଜଣାପଡିଛି। ଅବଶିଷ୍ଟ ୨୩ ଜିଲ୍ଲାରେ ସାଧାରଣଠାରୁ ଅଧିକ  ବୃଷ୍ଟିପାତ ରେକର୍ଡ଼ କରାଯାଇଛି।

ଯଦି ମାସ ହିସାବରେ ଦେଖାଯାଏ, ଜୁଲାଇ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହୋଇଥିଲା। ଓଡ଼ିଶାରେ ଏ ବର୍ଷ ମୌସୁମୀ ଆଗମନ ଅନୁକୂଳ ଥିବା ବେଳେ ବଙ୍ଗୋପସାଗରରେ ମୋଟ ନଅଟି ଲଘୁଚାପ ସୃଷ୍ଟି ହୋଇଥିଲା।

Comment