ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ‘ନାଗିନ୍‌’ ଟ୍ରେଣ୍ଡ୍‌ ବହୁତ ପୁରୁଣା ହେଲେ ବି ଦର୍ଶକ ଏହାକୁ ପସନ୍ଦ କରନ୍ତି।  କିନ୍ତୁ କିଛି ବର୍ଷ ହେବ ପରଦାରେ ଆଉ ସେ ‘ନାଗିନ୍‌’ ଭୂମିକା ଦେଖିବାକୁ ମିଳୁନି। ତେବେ ବହୁ ବର୍ଷ ପରେ ପୁଣି ଥରେ ପରଦାରେ ଜଣେ ନୂଆ ‘ନାଗିନ୍‌’ଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି ଶୁଣାଯାଉଛି। ଏହି ନୂଆ ‘ନାଗିନ୍‌’ ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର। ପ୍ରଥମ ଥର ପାଇଁ ବଡ ପରଦାରେ ସେ ଏହି ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

ଶ୍ରଦ୍ଧାଙ୍କ ହାତରେ ଏବେ ଏକ ନୂଆ ଫିଲ୍ମ ରହିଛି। ଏହି ନୂଆ ଫିଲ୍ମର ନାଁ ହେଲା ‘ନାଗିନ’। ଏହାର ନିର୍ଦ୍ଦେଶନା ଦେଉଛନ୍ତି ବିଶାଲ ଫୁରିଆ।

ପୂର୍ବରୁ ୮୦ ଦଶକରେ ଶ୍ରୀଦେବୀ ନାଗିନ୍‌ ଭୂମିକାରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଏବେ ଶ୍ରଦ୍ଧା ମଧ୍ୟ ଦର୍ଶକଙ୍କୁ ଏହି ଅବତାରରେ ମନୋରଞ୍ଜନ ଯୋଗାଇପାରିବେ ବୋଲି କୁହାଯାଉଛି।

ଶ୍ରଦ୍ଧା ନିଜେ ମଧ୍ୟ ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ବହୁତ ଉତ୍ସାହିତ ଅଛନ୍ତି। କିଛି ବର୍ଷରୁ ପୂର୍ବରୁ ଶ୍ରୀଦେବୀ ଯେଉଁ ଚରିତ୍ର କରିଥିଲେ ତାଙ୍କୁ ସେହି ଚରିତ୍ରରେ କାମ କରିବାକୁ ସୁଯୋଗ ମିଳିଥିବାରୁ ସେ ବେଶ୍‌ ଖୁସି ଥିବା ଏକ ସାକ୍ଷାତକାରରେ କହିଛନ୍ତି।

Comment