ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋlaxmi bomb

ବିବାଦ ବଢ଼ିବା ପରେ ଅଭିନେତା ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଟାଇଟଲ ବଦଳିଛି। ଫିଲ୍ମ ନିର୍ମାତା ଫିଲ୍ମର ଟାଇଟଲରୁ ‘ବମ୍‌’ ହଟାଇ କେବଳ ‘ଲକ୍ଷ୍ମୀ’ ରଖିଛନ୍ତି।

ଫିଲ୍ମର ଟାଇଟଲ ବଦଳାଇବାକୁ କର୍ଣ୍ଣି ସେନା ପକ୍ଷରୁ ଆଇନଜୀବୀ ରାଘବେନ୍ଦ୍ର ମେହରୋତ୍ରା ଫିଲ୍ମ ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ ପଠାଇଥିଲେ।

ଫିଲ୍ମର ଟାଇଟଲ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ଦେଇଛି। ଏହା ଦେବୀ ଲକ୍ଷ୍ମୀଙ୍କ ପ୍ରତି ଅପମାନଜନକ ଶବ୍ଦ ବୋଲି ନୋଟିସରେ କୁହାଯାଇଥିଲା। ନୋଟିସ ପାଇବା ପରେ ଫିଲ୍ମର ଟାଇଟଲକୁ ବଦଳାଇ ଦିଆଯାଇଛି।

ଏହି ଫିଲ୍ମରେ ଅକ୍ଷୟ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ହରର କମେଡି ଫିଲ୍ମ। ନଭେମ୍ବର ୯ରେ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ଏହି ଫିଲ୍ମ ଦେଖିପାରିବେ ଦର୍ଶକ।

Comment