ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ଆଇନଜୀବୀ ହରିଶ ସାଲଭେ। ଏଥର କିନ୍ତୁ କୌଣସି କେସ୍‌ ପାଇଁ ନୁହେଁ ବରଂ ନିଜର ଦ୍ୱିତୀୟ ବିବାହ ପାଇଁ ସେ ଚର୍ଚ୍ଚାରେ ଅଛନ୍ତି। ୬୫ ବର୍ଷ ବୟସରେ ସେ ଇଂଲଣ୍ଡର ଜଣେ କଳାକାର କାରୋଲିନ୍‌ ବୋସାର୍ଡଙ୍କୁ ବୁଧବାର ବିବାହ କରିଛନ୍ତି। ଇଂଲଣ୍ଡର ଏକ ଚର୍ଚ୍ଚରେ ଏହି ବିବାହ ସରିଛି।

ହରିଶଙ୍କର ଭାରତରେ ବେଶ ଖ୍ୟାତି ରହିଛି। ସେ କୁଳଭୂଷଣ, ଫେସବୁକ୍‌, ଭୋଡ଼ାଫୋନ, ଆଇଟିସି ହୋଟେଲ, ରତନ ଟାଟା, ମୁକେଶ ଅମ୍ବାନିଙ୍କ ପାଇଁ ବହୁ ହାଇ ପ୍ରୋଫାଇଲ କେସ୍‌ ଲଢ଼ିଛନ୍ତି।

ସାଲଭେ ହେଉଛନ୍ତି ଭାରତର ପୂର୍ବତନ ସଲିସେଟର ଜେନେରାଲ। ସେ ଏବେ ଇଂଲଣ୍ଡରେ ରହୁଛନ୍ତି। ସେଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ କେସ୍‌ ଲଢ଼ୁଛନ୍ତି।

ହରିଶ ସାଲଭେ୍‌ ଗତ ଜୁନ୍‌ ମାସରେ ତାଙ୍କର ପ୍ରଥମ ପତ୍ନୀ ମୀନାକ୍ଷୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଛାଡ଼ପତ୍ର ଦେବା ପରେ ସେ କରୋଲିନଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କରୋଲିନଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ତାଙ୍କୁ ଏବେ ୫୬ ବର୍ଷ ବୟସ। ତାଙ୍କର ୧୮ ବର୍ଷର ଝିଅ ମଧ୍ୟ ଅଛନ୍ତି। ଗତ ୧ ବର୍ଷ ହେବ ଉଭୟ ସମ୍ପର୍କରେ ଥିଲେ।

Comment