ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆଜି ସୁଷମା ସ୍ୱରାଜ ଜୀବୀତ ଥା‘ନ୍ତେ ତାହାଲେ ସେ କୁଲଭୂଷଣ ଯାଦବଙ୍କ କେସ୍‌ ଲଢ଼ୁଥିବା ଓକିଲ ହରିଶ ସାଲଭେଙ୍କୁ ତାଙ୍କ ଫିସ୍‌ ଏକ ଟଙ୍କା ଦେଇଥାନ୍ତେ।

ସୁଷମାଙ୍କ ମୃତ୍ୟୁପରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ସାଲଭେ ଏକଥା କହିଛନ୍ତି। ସାଲଭେଙ୍କ କହିବା ଅନୁସାରେ ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ସେ ସୁଷମାଙ୍କ ସହ କଥା ହୋଇଥିଲେ। ଏହା ଏକ ଭାବନାତ୍ମକ ବାର୍ତ୍ତାଳାପ ଥିଲା।

ସୁଷମା ତାଙ୍କ ତାଙ୍କ ଫିସ୍‌ ନେବାକୁ ଡାକିଥିଲେ। ଆଜି ସକାଳ ୬ଟାରେ ଆସି ତାଙ୍କୁ ଫିସ୍‌ ନେଇଯିବାକୁ କହିଥିଲେ।

କୁଳଭୂଷଣଙ୍କ ମାମଲାରେ ଭାରତର ପ୍ରିତିନିଧିତ୍ୱ କରୁଛନ୍ତି ବରିଷ୍ଠ ଓକିଲ ହରିଶ ସାଲଭେ। ଏହି କେସରେ ଲଢ଼ିବା ପାଇଁ ସେ ମାତ୍ର ୧ ଟଙ୍କା ଫିସ୍‌ ଦାବି କରିଥିଲେ।

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ୨୦୧୭, ମେ ୧୫ରେ ଟୁଇଟ କରିଥିଲେ। ଏଥିରେ ସେ ସାଲଭେ ଏହି କେସ୍ ପାଇଁ କେତେ ଟଙ୍କା ଚାର୍ଜ କରୁଛନ୍ତି ସେ ସଂପର୍କରେ ଖୁଲାସା କରିଥିଲେ।  ଗୋଟିଏ କେସରେ ଦିନକୁ  ୩୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ସାଲଭେ ଏହି କେସ ଲଢ଼ିବା ପାଇ ୧ ଟଙ୍କା ଚାର୍ଜ କରିଥିବା ଟୁଇଟରେ କୁହାଯାଇଥିଲା।

ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ସାରାଦେଶରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛନ୍ତି। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ଯାଏଁ ସମସ୍ତେ ଏହି ଦୁଃଖରେ ପଡ଼ିଛନ୍ତି।

Comment