ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିର ବରିଷ୍ଠ ନେତ୍ରୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁପରେ ସାରାଦେଶ ତାଙ୍କ ଉଳ୍ଲେଖନୀୟ କାମକୁ ମନେ ପକାଉଛି।

ବୈଦେଶିକ ସ୍ତରରେ ତାଙ୍କର କେତୋଟି ସଫଳ ଓ ଗୁରୁତ୍ୱପୂର୍ଣ୍ଣ କାମ ଭିତରେ ହମିଦ ନିହାଲ ଆଂସାରୀ ମଧ୍ୟ ରହିଛନ୍ତି, ଯିଏକି ସୁଷମାଙ୍କ ସାହାଯ୍ୟରେ ଦୀର୍ଘ ୬ ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିଥିଲେ। ପାକିସ୍ତାନରୁ ଆସିବା ପରେ ସର୍ବପ୍ରଥମେ ହମିଦ ସୁଷମାଙ୍କୁ ହିଁ ଭେଟିଥିଲେ।

ପାକିସ୍ତାନ ଜେଲରୁ ତାଙ୍କୁ ମୁକୁଲାଇବା କ୍ଷେତ୍ରରେ ସୁଷମାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ସେଥିପାଇଁ ହମିଦ ତାଙ୍କୁ ଧନ୍ୟବାଦ ବି ଜଣାଇଥିଲେ। ଏହି ମୁହୂର୍ତ୍ତରେ ହମିଦ ଭାବବିହୋଳ ବି ହୋଇଯାଇଥିଲେ।

୨୦୧୨ରୁ ନଭେମ୍ବରରେ ହମିଦଙ୍କୁ ପାକିସ୍ତାନର କୋହାଟରୁ ଗିରଫ କରାଯାଇଥିଲା। ହମିଦଙ୍କର ୨୦୧୨ରେ ଜଣେ ମହିଳାଙ୍କ ସହ ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତ୍ଵ ହୋଇଥିଲା। ତାଙ୍କୁ ଭେଟିବା ପାଇଁ ବେଆଇନ ଭାବେ ପାକିସ୍ତାନରେ ପହଞ୍ଚିଥିଲେ ହମିଦ। ସେ ଆଫଗାନିସ୍ତାନରୁ ପାକିସ୍ତାନକୁ ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ  ପେଶ୍ଵୱାରର ସେଣ୍ଟ୍ରାଲ ଜେଲରେ ୬ବର୍ଷ ରଖାଯାଇଥିଲା।

Comment