ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତଃ ସୁଷମା ସ୍ୱରାଜଙ୍କ ଆଜି ଜନ୍ମ ଜୟନ୍ତୀ। ଏହି ଅବସରରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଦେଶ ମନ୍ତ୍ରାଳୟ ପକ୍ଷରୁ ୨ଟି ବଡ଼ ନିଷ୍ପତ୍ତି ନିଆଯାଇଛି।

ବିଦେଶ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ରର ନାଁ ବଦଳାଇ ସୁଷମା ଭବନ ରଖାଯାଇଛି। ସେହିପରି ବୈଦେଶିକ ସେବା ସଂସ୍ଥାର ନାଁକୁ ପରିବର୍ତ୍ତନ କରାଯାଇ ସୁଷମା ସ୍ୱରାଜ ଇନଷ୍ଟିଚ୍ୟୁଟ ଅଫ୍ ଫରେନ ସର୍ଭିସ ରଖାଯାଇଛି।

ସୁଷମାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମନେ ପକାଇଛନ୍ତି। ଟୁଇଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Comment