ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଶେଷକୃତ ସଂପନ୍ନ ହୋଇଛି। ଲୁହଭରା ଆଖିରେ ତାଙ୍କୁ ବିଦାୟ ଦିଆଯାଇଛି। ଶେଷଦର୍ଶନ ସମୟରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମଧ୍ୟ ନିଜ ଲୁହ ସମ୍ଭାଳି ପାରି ନାହାନ୍ତି। ଲୁହ ଭିଜାରେ ଆଖିରେ ସୁଷମାଙ୍କ ଶେଷ ବିଦାୟ ଦେଇଛନ୍ତି।

ସେହି ସମୟରେ ଭାବ ବିହ୍ୱଳ ହୋଇ ନାଇଡୁ କହିଛନ୍ତି, ‘‘ଏଥର ରାକ୍ଷୀ ପୂର୍ଣ୍ଣିମାରେ ମୋର ହାତ ଖାଲି ରହିବ। ମୋ ହାତରେ ରାକ୍ଷୀ ବାନ୍ଧିବାକୁ ଏ ବର୍ଷ ସୁଷମା ଆସିବେ ନାହିଁ। ରାକ୍ଷୀ ବାନ୍ଧିବାର ସୌଭାଗ୍ୟ ମତେ ପ୍ରାପ୍ତ ହେବ ନାହିଁ।’’

ସେ ଆହୁରି କହିଛନ୍ତି, ‘‘ଥରେ ସେ ସୁଷମାଙ୍କ ଘରକୁ ଆସି ରାକ୍ଷୀ ବାନ୍ଧିବାକୁ ଚାହିଁଥିଲି। ହେଲେ ସୁଷମା କହିଥିଲେ ଆପଣ ଦେଶର ଉପରାଷ୍ଟ୍ରପତି ଆପଣ ମୋ ଘରକୁ ନୁହେଁ ମୁଁ ଆପଣଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧି ଆସିବ।’’

ସୁଷମାଙ୍କୁ ଭେଙ୍କିୟା ନାଇଡୁ ନିଜ ସାନ ଭଉଣୀ ବୋଲି ମାନନ୍ତି। ପ୍ରତିବର୍ଷ ସୁଷମା ତାଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି। ରାକ୍ଷୀକୁ ଆଉ କେଇଟା ଦିନ ବାକିଥିଲା ବେଳେ ସୁଷମାଙ୍କ ପରଲୋକ ଘଟିଛି। ଲୋଧିରୋଡ ସ୍ଥିତି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Comment