ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତ୍ରୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୬୭ ବର୍ଷ ବୟସରେ ତାଙ୍କ ଦେହାନ୍ତରେ ଜାତୀୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।

ତାଙ୍କ ନିଧନରେ ଦେଶ ଦୁନିଆଁର ଅନେକ ପଡ଼ ନେତା ଦୁଃଖ ପ୍ରକାଶ କରିଛନ୍ତି। ଆଜି ସକାଳୁ ସକାଳୁ ସୁଷମା ସ୍ୱରାଜଙ୍କ ଶେଷ ଦର୍ଶନ ଲାଗି ତାଙ୍କ ବାସଭବନରେ ନେତା ମନ୍ତ୍ରୀଙ୍କ ଭିଡ଼ ଲାଗିଛି। ଆଜି ଦିନ ୩ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସୁଷମାଙ୍କ ବାସଭବନ ଯାଇ ଶେଷଦର୍ଶନ କରିଛନ୍ତି।

ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଗୁରୁ ରାମଦେବ ପ୍ରମୁଖ ତାଙ୍କର ଶେଷଦର୍ଶନ କରିଛନ୍ତି।

ସୁଷମା ଜଣେ ଏମିତି ନେତ୍ରୀ ଥିଲେ ଯେ ଜାତୀୟ ଓ ଅନ୍ତର୍ଜାତିକ ରାଜନୀତିରେ ଢ଼େର ପ୍ରଂଶସା ହାସଲ କରିଥିଲେ। ସେ ନାରୀ ଜାତି ପାଇଁ ମଧ୍ୟ ଉଦାହରଣ ପାଲଟି ଥିଲେ।

Comment