ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରାଜନୀତିରେ ଜଣେ ଲୋକପ୍ରିୟ ନେତ୍ରୀ, ଜଣେ ପ୍ରଖର ବକ୍ତା, ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ଜନ୍ମଦିନରେ ମନେ ପକାଉଛି ପୂରା ଦେଶ। ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତାଙ୍କୁ ମନେ ପକାଇଛନ୍ତି।

ସୁଷମାଙ୍କ ଉଦ୍ଦେଶ୍ୟରେ ମୋଦୀ ଟୁଇଟ କରି ଲେଖିଛନ୍ତି,‘‘ ସୁଷମାଜୀ ଜଣେ ଭଲ ସହଯୋଗୀ ଓ ଜଣେ ବିଚକ୍ଷଣ ନେତ୍ରୀ ଥିଲେ। ଆମ ଦେଶ ପାଇଁ ସେ ବହୁତ ବଡ଼ ସ୍ୱପ୍ନ ଦେଖିଥିଲେ।’’

ଅମିତ ଶାହ ଟୁଇଟ କରି କହିଛନ୍ତି,‘‘ସୁଷମା ସ୍ୱରାଜ ଜଣେ କୁଶଳୀ ନେତ୍ରୀ, ଜଣେ ପ୍ରଖର ବକ୍ତା ଜଣେ ସଫଳ ମନ୍ତ୍ରୀ ଥିଲେ। ତାଙ୍କ ଦୟାଳୁ ମନୋଭାବ ପାଇଁ ସବୁବେଳେ ମନେ ରହିବେ।’’

ସେହିପରି ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସମେତ ଅନ୍ୟମାନେ ବି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

୧୯୫୩ ଫେବୃୟାରୀ ୧୪ ରେ, ସୁଷମା ସ୍ୱରାଜ ହରିୟାଣାସ୍ଥିତ ଅମ୍ବାଲାକାନ୍ତ ଗ୍ରାମରେ ଶ୍ରୀମତୀ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ଅଗଷ୍ଟ ୬, ୨୦୧୯ରେ ତାଙ୍କର ମୃତ୍ୟୁ ଘଟିଥିଲା।

Comment