ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ଜବାହର ଲାଲ୍‌ ନେହରୁ ଷ୍ଟାଡିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି ଶ୍ରାଦ୍ଦାଞ୍ଜଳି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବରିଷ୍ଠ ନେତା ମୁରଲୀ ମନୋହର ଜୋଶୀ ପ୍ରମୁଖ ବିଜେପି ନେତା ଉପସ୍ଥିତ ଅଛନ୍ତି।

ସୁଷମା ସ୍ୱରାଜଙ୍କ ସ୍ୱାମୀ ସ୍ୱରାଜ କୌଶଳ ଏବଂ ଝିଅ ବାଂଶୁରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଏହି ଅବସରରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଛି।

ଗତ ଅଗଷ୍ଟ ୬ ତାରିଖରେ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ଦେହାନ୍ତ ହୋଇଥିଲା। ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ସୁଷମାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ସୁଷମାଙ୍କ ପରଲୋକ ଘଟିଥିଲା।

Comment