ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’କୁ ପ୍ରମୋଟ୍ କରିବାରେ ବ୍ୟସ୍ତ ଥିଲା ବେଳେ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଅନେକ ଫିଲ୍ମକୁ ବୟକଟ୍‌ କରିବାକୁ ଦାବି କରୁଥିଲା ବେଳେ କର୍ଣ୍ଣି ସେନା ଫିଲ୍ମର ଟାଇଟଲ ବଦଳାଇବାକୁ ଦାବି କରୁଛନ୍ତି। କର୍ଣ୍ଣି ସେନା ପକ୍ଷରୁ ଆଇନଜୀବୀ ରାଘବେନ୍ଦ୍ର ମେହରୋତ୍ରା ଫିଲ୍ମ ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ ମଧ୍ୟ ପଠାଇଛନ୍ତି।

ଫିଲ୍ମର ଟାଇଟଲ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ଦେଇଛି। ଏହା ଦେବୀ ଲକ୍ଷ୍ମୀଙ୍କ ପ୍ରତି ଅପମାନଜନକ ଶବ୍ଦ ବୋଲି ନୋଟିସରେ କୁହାଯାଇଛି। ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଟ୍ରେଲର ରିଲିଜ ହେବା ପରଠାରୁ ହିଁ ଏହା ବିବାଦ ଘେରରେ ରହିଛି।

ଏହି ଫିଲ୍ମରେ ଅକ୍ଷୟ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ ହରର କମେଡି ଫିଲ୍ମ। ନଭେମ୍ବର ୯ରେ ଡିଜ୍‌ନୀ ପ୍ଲସ ହଟଷ୍ଟାରରେ ଏହି ଫିଲ୍ମ ଦେଖିପାରିବେ ଦର୍ଶକ।

Comment