ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଗାମୀ ଫିଲ୍ମରେ ‘ସୁପରହିରୋ’ ହେବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଅଲ୍ଲୀ ଆବାସ ଜାଫରଙ୍କ ‘ସୁପରହିରୋ’ ବେସଡ୍‌ ଫିଲ୍ମରେ ମୁଖ୍ୟ ଚରିତ୍ର ନିଭାଇବେ କ୍ୟାଟ୍ରିନା। ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ଅପୋଜିଟରେ କେହି ପୁରୁଷ କଳାକାର ରହିବେନି। ଫିଲ୍ମରେ ନିର୍ଦ୍ଦେଶନା ସହିତ ପ୍ରଯୋଜନା ମଧ୍ୟ ଅଲ୍ଲୀ ଆବାସ କରିବେ।

ରିପୋର୍ଟ ଅନୁସାରେ ଏହି ଫିଲ୍ମରେ କ୍ୟାଟ୍ରିନାଙ୍କୁ କିଛି ବିପଜ୍ଜନକ ଷ୍ଟଣ୍ଟ କରିବାକୁ ହେବ। ସେହି ଅନୁସାରେ କ୍ୟାଟ ଏବେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି। ଆଉ କିଛି ଦିନ ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ। ୨୦୨୧ରରେ ଫିଲ୍ମ ରିଲିଜ କରିବାକୁ ଯୋଜନା ରହିଛି।

ପୂର୍ବରୁ କ୍ୟାଟ୍ରିନା ଅଲ୍ଲୀ ଆବାସଙ୍କ ସହିତ ୩ଟି ଫିଲ୍ମରେ କାମ କରିଛନ୍ତି। ପୂର୍ବ ଫିଲ୍ମ ‘ଭାରତ’ କିନ୍ତୁ ବକ୍ସ ଅଫିସରେ ବିଶେଷ ସଫଳ ହୋଇନଥିଲା। ତେବେ ଆଗାମୀ ଫିଲ୍ମ କ୍ୟାଟ୍ରିନା କମାଲ କରି ଦେଖାଇବେ ବୋଲି ନିର୍ମାତା ଆଶାବାଦୀ ଅଛନ୍ତି।

Comment