ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଇବା ପ୍ରସ୍ତୁତି ଭିଡିଓ କରି ଚର୍ଚ୍ଚାରେ ୭୦ ବର୍ଷୀୟ ସୁମନ ଧାମନେ।

ଆଜିକାଲି ଅଧିକାଂଶ ଯୁବବର୍ଗ ୟୁଟ୍ୟୁବରେ ଚ୍ୟାନେଲ୍ ଖୋଲି ଭିଡିଓ ତିଆରି କରୁଥିବା ଆପଣ ଦେଖିଥିବେ। ହେଲେ ଜଣେ ୭୦ ବର୍ଷୀୟ ବୃଦ୍ଧା ୟୁଟ୍ୟୁବରେ ଭିଡିଓ କରି ଚର୍ଚ୍ଚିତ ହେବା କଥାଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ କରିପାରେ। କେବଳ ସେତିକି ନୁହେଁ ତାଙ୍କର ଲୋକପ୍ରିୟତା ଓ ସବସ୍କ୍ରାଇବରକୁ ଦେଖି ୟୁଟ୍ୟୁବ କମ୍ପାନି ତାଙ୍କୁ ‘ସିଲଭର୍ ପ୍ଲେ ବଟନ୍’ ସମ୍ମାନ ମଧ୍ୟ ପ୍ରଦାନ କରିଛି।

ଏହି ୭୦ ବର୍ଷୀୟ ବୃଦ୍ଧା ଜଣକ ହେଉଛନ୍ତି ମହାରାଷ୍ଟ୍ରର ଏକ ଗ୍ରାମୀଣ ଅଞ୍ଚଳରେ ରହୁଥିବା ସୁମନ ଧାମନେ। ସେ ପ୍ରତିଦିନ ମରାଠୀ ବ୍ୟଞ୍ଜନ ପ୍ରସ୍ତୁତ କରିବାର ପ୍ରଣାଳୀ ଶିଖାଇ ଏହାକୁ ନିଜର ୟୁଟ୍ୟୁବ ଚ୍ୟାନେଲ ‘ଆପଲୀ ଆଜି’ରେ ଛାଡ଼ିଥାନ୍ତି। ଯାହାକୁ ହଜାର ହଜାର ଲୋକ ଦେଖିବା ସହ ତାଙ୍କ ଭିଡିଓକୁ ପ୍ରଂଶସା ମଧ୍ୟ କରିଥାନ୍ତି।ନିକଟରେ ସୁମନଙ୍କ ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା ଏକ ଲକ୍ଷ ଟପିଥିବାରୁ କମ୍ପାନି ତରଫରୁ ତାଙ୍କୁ ସମ୍ମାନ ଜନକ ‘ସିଲଭର୍ ପ୍ଲେ ବଟନ୍’ ପୁରସ୍କାର ଦିଆଯାଇଛି।

ସୁମନ ଧାମନେଙ୍କ ନାତି ଗତ ଜାନୁଆରି ମାସରେ ଏହି ୟୁଟ୍ୟୁବ ଚ୍ୟାନେଲ୍ ତିଆରି କରିଥିଲେ। ଏଥିରେ ସେ ତାଙ୍କ ଜେଜେ ମା’ଙ୍କ ରୋଷେଇ କରିବା ସମୟର ଭିଡିଓକୁ ସୁଟ୍ କରି ସେଆର୍ କରିଥିଲେ।ସୁମନଙ୍କ ଏହି ଭିଡିଓକୁ ଅନେକ ଲୋକ ଦେଖିବା ସହିତ ଏହାକୁ ସେଆର୍  କରିଥିଲେ। ବାସ୍, ଏହା ପରଠାରୁ ସୁମନଙ୍କ ଖାଇବା ପ୍ରସ୍ତୁତି ପ୍ରଣାଳୀର ଯାତ୍ରା ଆରମ୍ଭ ହୋଇଥିଲା। ଏବେ ସେ ପ୍ରତିଦିନ ଭଳିକି ଭଳିକି ମରାଠୀ ଖାଇବା ପ୍ରସ୍ତୁତ କରି ଏହାକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ସେଆର୍ କରୁଛନ୍ତି।

ସୁମନ ଧାମନେ କୁହନ୍ତି ଯେ, ତାଙ୍କୁ ୟୁଟ୍ୟୁବ୍ କ’ଣ ଜଣାନଥିଲା। ସେ ସୋସିଆଲ୍ ମିଡିଆ କ’ଣ ଜାଣିନଥିଲେ। ହେଲେ ଏବେ ତାଙ୍କ ଚ୍ୟାନେଲରେ ଭିଡିଓ ନକଲେ ତାଙ୍କୁ ଭଲ ଲାଗୁନି। ତେଣୁ ସେ ତାଙ୍କର ଏହି ଯାତ୍ରା ଜାରିରଖିବେ ବୋଲି କହିଛନ୍ତି।

Comment