ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜାନୁଆରିରୁ ଖିଲାଡି ଷ୍ଟାର ଅକ୍ଷୟ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ବଚ୍ଚନ ପାଣ୍ଡେର ସୁଟିଂ ଆରମ୍ଭ କରିବେ। ଅକ୍ଷୟଙ୍କର ଏହା ଏକ ଆକ୍ସନ, କମେଡି ଫିଲ୍ମ। ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ଏହି ଫିଲ୍ମରେ ଦ୍ୱିତୀୟ ଥର ପାଇଁ ଅକ୍ଷୟଙ୍କ ବିପକ୍ଷରେ ନାୟିକା ସାଜିବେ ଅଭିନେତ୍ରୀ କ୍ରୀତି ସନନ। ଏହାପୂର୍ବରୁ ଫିଲ୍ମ ‘ହାଉସଫୁଲ୍‌ ୪’ରେ ଅକ୍ଷୟ, କ୍ରୀତି ନଜର ଆସିଥିଲେ। କ୍ରୀତିଙ୍କ ଛଡ଼ା ଏହି ଫିଲ୍ମରେ ଆଉ ଜଣେ ନାୟିକା ବି ଏଣ୍ଟ୍ରି କରିବେ ବୋଲି ଜଣାପଡ଼ିଛି। ମାତ୍ର ଏହି ନୂଆ ନାୟିକାଙ୍କ ନାଁ ଘୋଷଣା ହୋଇନାହିଁ।

ଫିଲ୍ମ ‘ବଚ୍ଚନ ପାଣ୍ଡେର ନିର୍ଦ୍ଦେଶନା ଫରହଦ ସମଜୀ ଦେଉଥିଲା ବେଳେ ପ୍ରଯୋଜନା ଦାୟିତ୍ୱରେ ସାଜିଦ ନଡିଆଦଓ୍ୱଲା ଅଛନ୍ତି। ଅନ୍ୟପଟେ ଅକ୍ଷୟଙ୍କ ଆଉ ଏକ ବହୁଚର୍ଚ୍ଚିତ ଫିଲ୍ମ ‘ଲକ୍ଷ୍ମୀ’ ନଭେମ୍ବର ୯ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ପ୍ରମୋସନରେ ଏବେ ବ୍ୟସ୍ତ ଅଛନ୍ତି ଅକ୍ଷୟ।

Comment