ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ରାଜ୍ୟସଭା ସାଂସଦ ଭାଗୀରଥି ମାଝିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି। ବାରିପଦା ବାଙ୍କୀସୋଲ କୋଭିଡ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଭାଗୀରଥି ମାଝିଙ୍କ ପରିବାରେ ତାଙ୍କ ପତ୍ନୀ ଓ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।
ମାଝି ବିଜେପିରେ ଯୋଗ ଦେବା ପୂର୍ବରୁ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ମାର୍ଚ୍ଚ ୨୦୦୬ରୁ ଜୁଲାଇ ୨୦୧୦ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଥିଲେ। ସେ ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ମଧ୍ୟ ରହିଥିଲେ।