ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସେ ବର୍ତ୍ତମାନ କରୋନା ଗାଇଡଲାଇନ ପାଳନ କରି ହୋମ୍ ଆଇସୋଲେସନରେ ଅଛନ୍ତି। ତେବେ ବିଗତ ଦିନମାନଙ୍କରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏ ବାବଦରେ ସେ ଟୁଇଟ କରି କହିଛନ୍ତି।
ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ କାୟା ବଢ଼ି ଚାଲିଥିବା ବେଳେ ନେତା ମନ୍ତ୍ରୀମାନେ ଏହାଦ୍ଵାରା ବିଶେଷ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ସୋମବାର ବିଧାନସଭାରେ ହୋଇଥିବା କରୋନା ପରୀକ୍ଷାରେ ୧୧ ବିଧାୟକ ଏବଂ ୩ ମନ୍ତ୍ରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment