ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭାର ସାଂସଦ ଭାବେ ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ। ଗୁରୁବାର ଦିନ ୧୧ଟା ସମୟରେ ସେ ରାଜ୍ୟସଭାର ସାଂସଦ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଉପସ୍ଥିତ ରହିବେ।

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରହିଥିବା ସମୟରେ ରଞ୍ଜନ ଗୋଗୋଇ ତାଙ୍କର ଅନେକ ବିଚାରକୁ ନେଇ ଚର୍ଚ୍ଚାର ରହିଥିଲେ। ତାଙ୍କର ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ସେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ, ରାଫେଲ୍ ଚୁକ୍ତି, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ଓ ସାବରୀମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ଆଦି ଅନେକ ମାମଲାର ରାୟ ଶୁଣାଇଥିଲେ।
ଏହାପରେ ଗତ ନଭେମ୍ବର ୧୭ ତାରିଖରେ ସେ ତାଙ୍କ ପଦରୁ ଅବସର ଗ୍ରହଣ କରିଥିଲେ। ଗତ ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ।

Comment