ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ନୂଆ ଦଳ।

ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ୍ ସିରିଜ ପାଇଁ ବିସିସିଆଇ ଆଜି ଦଳରେ କିଛି ପରିବର୍ତ୍ତନ କରିଛି। ଆହତ ହୋଇ ଦଳରୁ ବାଦ ପଡ଼ିଥିବା ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ଟେଷ୍ଟ ଦଳରେ ସାମିଲ କରାଯାଇଛି। ସେହିପରି ଆଇପିଏଲର ପ୍ରଭାବୀ ପ୍ରଦର୍ଶନ କରିବା ପରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି।

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ବିରାଟ କୋହଲି ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବା ପରେ ଆଡିଲେଡରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବେ। ଏହାପରେ ସେ ସ୍ୱଦେଶ ଫେରିଆସିବେ। କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ବାକି ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

ସେହିପରି ରୋହିତ ଶର୍ମାଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳରେ ତାଙ୍କୁ ସାମିଲ କରାଯାଇନାହିଁ। ଏହି ସମୟରେ ସେ ବିଶ୍ରାମ ନେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ସେହିପରି ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ ପୂର୍ବରୁ କେବଳ ଟି-ଟ୍ୱେଣ୍ଟି ଦଳରେ ଥିଲେ, ଏବେ ତାଙ୍କୁ ଦିନିକିଆ ଦଳରେ ମଧ୍ୟ ସାମିଲ କରାଯାଇଛି।ଆଇପିଏଲର ଷ୍ଟାର ବୋଲର ବରୁଣ ଚକ୍ରବର୍ତ୍ତୀ ଆହତ ହେବା ପରେ ତାଙ୍କ ବଦଳରେ ଟି ନଟରାଜନ ଟି-ଟ୍ୱେଣ୍ଟି ଦଳରେ ସାମିଲ ହୋଇଛନ୍ତି। ଅନ୍ୟପଟେ ଇଶାନ୍ତ ଶର୍ମା ଓ ରିଦ୍ଧିମାନ ଶାହ ଯଦି ଆହତ ଜନିତ ସମସ୍ୟାରୁ ମୁକୁଳିଥିବେ ତେବେ ତାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯିବ ବୋଲି କୁହାଯାଇଛି।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ନୂଆ ଦଳ

ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (ଉପଅଧିନାୟକ ଏବଂ ୱିକେଟ୍ କିପର), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ମୋହମ୍ମଦ ଶାମି, ନବଦୀପ ସାଇନି, ଦୀପକ ଚହର, ଟି ନଟରାଜନ୍।

ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, କେ.ଏଲ୍ ରାହୁଲ (ଉପଅଧିନାୟକ ଏବଂ ୱିକେଟ୍ କିପର), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନବଦୀପ ସାଇନି, ସାର୍ଦ୍ଦୁଲ ଠାକୁର, ସଞ୍ଜୁ ସାମସନ (ୱିକେଟ୍ କିପର)।

ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ସ, କେ.ଏଲ୍ ରାହୁଲ, ଚିତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ହନୁମା ବିହାରୀ, ଶୁଭମାନ ଗିଲ, ରିଦ୍ଧିମାନ ସାହା (ୱିକେଟ୍ କିପର), ରିଷଭ ପନ୍ତ (ୱିକେଟ୍ କିପର), ଜଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମହମ୍ମଦ ସିରାଜ

Comment