ଓଡ଼ିଶାଲାଇଭ୍‌ ବ୍ୟୁରୋ

୮ ଦିନ ପରେ ଜେଲ୍‌ରୁ ବାହାରିବେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ବୁଧବାର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଓ୍ୱାଇ ଚନ୍ଦ୍ରଚୂଡ଼, ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ତାଙ୍କୁ ଜାମିନ ଦେଇଛନ୍ତି।

ଅନଭୟ ନାଏକ ନାମକ ଜଣେ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ନଭେମ୍ବର ୪ରେ ଅର୍ଣ୍ଣବଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା। ଏହାପରେ ତାଙ୍କୁ ନ୍ୟାୟିକ ହେପାଜତରେ ପଠା ଯାଇଥିଲା।

ପରେ ମୁମ୍ବାଇ ହାଇକୋର୍ଟରେ ଅର୍ଣ୍ଣବ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ମୁମ୍ବାଇ ହାଇକୋର୍ଟ ଅର୍ଣ୍ଣବ ଜାମିନ ଆବଦେନ ଖାରଜ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ଅର୍ଣ୍ଣବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅର୍ଣ୍ଣବଙ୍କ ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କ’ଣ ଥିଲା ପୂରା ଘଟଣା?

୨୦୧୮ରେ ଅନଭୟ ନାଏକ ନାମକ ଜଣେ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନରଙ୍କୁ ଅର୍ଣ୍ଣବ ବକେୟା ରାଶି ଦେଇନଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଅର୍ଣ୍ଣବଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅନଭୟଙ୍କ ଝିଅ ଅଭିଯୋଗ କରିଥିଲେ। ଘଟଣାର ୩ ବର୍ଷ ପରେ ମାମଲାକୁ ରିଓପନ୍ କରି ଅର୍ଣ୍ଣବଙ୍କୁ ପୋଲିସ ଗିରଫ କରିଥିଲା।

Comment