ଓଡ଼ିଶାଲାଇଭ୍ ବ୍ୟୁରୋ

ସହରରେ ରହୁଥିବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପକ୍କା ଘର ତିଆରି ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ ୧୨ ଲକ୍ଷ ପକ୍କା ଘର ଯୋଗାଇ ଦିଆଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଘୋଷଣା କରିଛନ୍ତି।

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସହରୀ ଗରିବଙ୍କୁ ପକ୍କା ଘର ଯୋଗାଇ ଦେବାକୁ ୨୦୨୦-୨୧ ବଜେଟ୍‌ରେ ଅତିରିକ୍ତ ୧୮ ହଜାର କୋଟି ଟଙ୍କାର ପ୍ୟାକେଜ୍ କରାଯାଇଛି। ଏଥିରେ ୧୨ ଲକ୍ଷ ନୂଆ ଘର ସହ ନିର୍ମାଣାଧୀନ ୧୮ ଲକ୍ଷ ଘର ସମୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ନୂଆ ଘର ନିର୍ମାଣ ସମୟରେ ୭୮ ଲକ୍ଷ ନୂତନ ରୋଜଗାର ସୃଷ୍ଟି ହୋଇପାରିବ। ଏହି ନିର୍ମାଣ କାର୍ଯ୍ୟରେ ୧୫ ଲକ୍ଷ ଟନ୍ ରଡ୍ ଓ ୧୩୧ ଲକ୍ଷ ଟନ୍ ସିମେଣ୍ଟ ବ୍ୟବହାର କରାଯିବ। ଶ୍ରମ, ସିମେଣ୍ଟ ଓ ରଡ୍‌ ଦ୍ଵାରା ମଧ୍ୟ ଅତିରିକ୍ତ ରୋଜଗାର ସୃଷ୍ଟି ହେବ ବୋଲି ସୀତାରମଣ କହିଛନ୍ତି।

Comment