ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି କେଶ ଝଡ଼ିବା ଏକ ସମସ୍ୟାରେ ପରିଣତ ହୋଇଛି। ଏଥିରୁ ମୁକ୍ତି ପାଇବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାର ତେଲ ବ୍ୟବହାର କରୁଛନ୍ତି। କିନ୍ତୁ ଆପଣ ଚାହିଁଲେ ଘରେ ପିଆଜ ତେଲ ପ୍ରସ୍ତୁତ କରି କେଶରେ ବ୍ୟବହାର କରିପାରିବେ। ଏହାଦ୍ଵାରା କେବଳ କେଶ ଝଡ଼ିବା ବନ୍ଦ ହେବ ତାହା ନୁହେଁ, ବରଂ ଆପଣ ଘନ ଓ ଲମ୍ବା କେଶ ମଧ୍ୟ ପାଇପାରିବେ।ପ୍ରସ୍ତୁତି ପ୍ରଣାଳୀ

ପିଆଜ ତେଲ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପିଆଜକୁ ଗ୍ରାଇଣ୍ଡିଂ କରି ତା ରସ ବାହାର କରିଦିଅନ୍ତୁ। ଏବେ ଏକ ପାତ୍ରରେ ନଡିଆ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପିଆଜ ରସ ପକାନ୍ତୁ।

ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ତେଲ ଥଣ୍ଡା ହେବା ପରେ ତାକୁ ଛାଣି ଆଉ ଏକ ପାତ୍ରକୁ କାଢ଼ିଦିଅନ୍ତୁ। ଏହି ତେଲକୁ ଆପଣ ୬ ମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।ପିଆଜ ତେଲର ଫାଇଦା

ପିଆଜ ତେଲ କେଶକୁ ମୁଲାୟମ୍ କରିଥାଏ। ତେଣୁ ଶୁଷ୍କ କେଶ ପାଇଁ ଏହି ତେଲ ବେଶ୍ ଉପକାରୀ। ପିଆଜ ତେଲ ଲଗାଇବା ଦ୍ଵାରା ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିସହ କେଶ ଝଡ଼ିବା ବନ୍ଦ ହୋଇଥାଏ। ଯଦି ଆପଣଙ୍କୁ କେଶରେ ତେଲ ଲଗାଇବା ପାଇଁ ସମୟ ହେଉନାହିଁ ତେବେ ଆପଣ କେଶ ଧୋଇବାର କିଛି ସମୟ ପୂର୍ବରୁ ପିଆଜ ତେଲ ଲଗାଇ ଦିଅନ୍ତୁ। କିଛି ସମୟ ପରେ କେଶ ସଫା କରିନିଅନ୍ତୁ।

Comment