ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ସମୟରେ ଏକ ଅତି ଆବଶ୍ୟକୀୟ ଜିନିଷରେ ପରିଣତ ହୋଇଛି ସାନିଟାଇଜର। ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ଏବେ ସମସ୍ତେ ନିଜ ବ୍ୟାଗ୍‌ ଓ ପ୍ୟାକେଟରେ ସାନିଟାଇଜର ରଖୁଛନ୍ତି। କିନ୍ତୁ ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ କିଛିଟା ସମସ୍ୟା ହୋଇପାରେ।

ସାନିଟାଇଜରରେ ଆଲକହଲର ମାତ୍ରା ଖୁବ୍ ଅଧିକ ଥାଏ। ତେଣୁ ଛୋଟ ପିଲାମାନେ ଏହାକୁ ବ୍ୟବହାର କଲେ ସେମାନଙ୍କ ଉପରେ ଅଧିକ କୁପ୍ରଭାବ ପଡ଼ିଥାଏ। ଆଲକହଲଯୁକ୍ତ ହ୍ୟାଣ୍ଡ ସାନିଟାଇଜରକୁ ଛୋଟ ପିଲାଙ୍କ ପାଖରେ ରଖନ୍ତୁ ନାହିଁ। ଏହାକୁ କିଭଳି ଭାବରେ ବ୍ୟବହାର କରାଯିବ ପିଲାଙ୍କୁ ଶିଖାନ୍ତୁ।

ସାନିଟାଇଜରକୁ ପାପୁଲିରେ ଏକ କଏନ୍‌ ଆକାରରେ ନିଅନ୍ତୁ। ବହୁ ପରିମାଣର ସାନିଟାଇଜର ବ୍ୟବହାର କରନ୍ତୁ ନାହିଁ।

ହାତରେ ସାନିଟାଇଜର ଲଗାଇବା ପରେ ତୁରନ୍ତ ପାଟି, ନାକ, ଆଖିକୁ ଛୁଅନ୍ତୁ ନାହିଁ।

ସାନିଟାଇଜର ଆଲକହଲ ଯୁକ୍ତ ହୋଇଥିବାରୁ ରୋଷେଇ କରିବା ପୂର୍ବରୁ ବା ନିଆଁ ସଂସ୍ପର୍ଶରେ ଆସିବା ପୂର୍ବରୁ ଏହାକୁ ବ୍ୟବହାର କରନ୍ତୁ ନାହିଁ।

ବେଳେ ବେଳେ ଛୋଟପିଲାମାନେ ହାତକୁ ପାଟିରେ ପୂରେଇ ଦିଅନ୍ତି, ତେଣୁ ଏହାପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। କାରଣ ଏହା ବିଷାକ୍ତ ହୋଇପାରେ।

କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ସାବୁନ ପାଣି ବି ବ୍ୟବହାର କରିପାରିବେ। ଖାସ କରି ଯେତେସମ୍ଭବ ପିଲାମାନଙ୍କର ହାତ ସାବୁନରେ ଧୁଅନ୍ତୁ।

Comment