ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୮ ମାସ ପରେ ମହାରାଷ୍ଟ୍ରରେ ସୋମବାରଠାରୁ ମନ୍ଦିର ଖୋଲା ଯାଇଛି। ତେବେ ଦର୍ଶନ ସମୟରେ ଭକ୍ତମାନେ ସାମାଜିକ ଦୂରତା ରଖିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଏହି ନିୟମ ପାଳନ କରିବେ ନାହିଁ ସେମାନେ ମନ୍ଦିରରେ ଦର୍ଶନ କରିପାରିବେ ନାହିଁ।

କରୋନା ଓ ଲକଡାଉନ୍ ସକାଶେ ମହାରାଷ୍ଟ୍ରରେ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ହୋଇ ରହିଥିଲା। ଯାହାକୁ ଖୋଲିବାକୁ ବାରମ୍ବାର ଦାବି ହୋଇ ଆସୁଥିଲା। ଏହାପରେ ଶନିବାର ମହାରାଷ୍ଟ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇଥିଲେ।

ଏଥିପାଇଁ କେତେକ ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହାପୂର୍ବରୁ ମହାରାଷ୍ଟ୍ରରେ ଅଧା ଦର୍ଶକଙ୍କୁ ନେଇ ସିନେମା ହଲ୍, ଥିଏଟର ଆଦି ଖୋଲିବାକୁ ଅନୁମତି ମିଳିଥିଲା। ଏବେ ରାଜ୍ୟରେ ମନ୍ଦିର ଖୋଲିବା ପରେ ମହାରାଷ୍ଟ୍ରବାସୀ ବେଶ ଖୁସି ଥିବା ଦେଖାଯାଇଛି।

Comment