ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନଙ୍କର ବୟସ ୪୦ ଟପିଲାଣି। କିନ୍ତୁ ସେମାନେ ଏଯାଏଁ ବିବାହ କରିନାହାନ୍ତି।

ତବୁ

୧୯୯୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପହଲା ପହଲା ପ୍ୟାର୍‌’ରେ ନାୟିକା ଭୂମିକା ନିଭାଇ ବଲିଉରେ ହିରୋଇନ୍ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ତବୁ। ଏହାପରେ ସେ ‘ବିଜୟପଥ୍’, ‘ପ୍ରେମ୍‌’, ‘ହକୀକତ୍‌’, ‘ଜିତ୍‌’, ‘ଚାଚି ୪୨୦’, ‘ବୀରାସତ୍’, ‘ସାଜନ୍ ଚଲେ ଶଶୁରାଲ୍‌’, ‘ଶିକାରୀ’, ‘ହେରାଫେରି’, ‘ଦିଲ୍‌ନେ ଫିର୍‌ ୟାଦ୍‌ କିୟା’ ‘ମାଚିସ୍’, ‘ଚାନ୍ଦିନୀ ବାର’, ‘ହାଇଦର୍‌’, ‘ଦୃଶ୍ୟମ୍‌’ ଓ ‘ମିସିଂ’ ସମତେ ୫୦ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ତବୁଙ୍କର ବୟସ ଏବେ ୫୦ ବର୍ଷ। କିନ୍ତୁ ସେ ଏଯାଏଁ ବିବାହ କରିନାହାନ୍ତି।

ନଗ୍‌ମା

ସଲମାନ୍‌ ଖାନଙ୍କ ଅପୋଜିଟ୍‌ରେ ୧୯୯୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବାଗୀ’ରେ ଡେବ୍ୟୁ କରିଥିଲେ ନଗ୍‌ମା। ଏହାପରେ ତାଙ୍କୁ ‘ପୁଲିଓ୍ ଔର୍‌ ମୁଜରିମ୍‌’, ‘କିଙ୍ଗ୍ ଅଙ୍କଲ୍‌’, ‘କୁଆଁରା’, ‘ସୁହାଗ୍’, ‘ଏକ୍ ରିସ୍ତା’, ‘ଅବ୍‌ ତୁହ୍ମାରେ ହୱାଲେ ବତନ୍ ସାଥିଓଁ’ ଆଦି ଅନେକ ହିନ୍ଦୀ ଫିଲ୍ମରେ ଦେଖିବାକୁ ପାଇଛନ୍ତି ଦର୍ଶକ। ନଗ୍‌ମାଙ୍କର ବୟସ ଏବେ ୪୫ ବର୍ଷ। ହେଲେ ସେ ଏ ଯାଏଁ ସିଙ୍ଗଲ୍ ଅଛନ୍ତି।

ସୁସ୍ମିତା ସେନ୍‌

୧୯୯୪ ମସିହାରେ ମିସ୍‌ ୟୁନିଭର୍ସ ଟାଇଟଲ୍‌ ହାସଲ କରିଥିବା ସୁସ୍ମିତା ସେନ୍‌ ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ଦସ୍ତକ୍‌’ ଫିଲ୍ମରେ  ଡେବ୍ୟୁ କରିଥିଲେ। ଏହା ପରେ  ସେ ‘ମେଁ ହୁନା’, ‘କ୍ୟୁଁ କେ ଝୁଠ୍ ନେହିଁ ବୋଲତା’, ‘ଆଁଖେଁ’, ‘ମୈନେ ପ୍ୟାର୍‌ କ୍ୟୁଁ କିୟା’, ‘ବିବି ନମ୍ବର ୱାନ୍‌’, ‘ଫିଲ୍‌ହାଲ୍‌’, ‘ଚିଙ୍ଗାରି’, ‘ଜିନ୍ଦଗି ରକ୍‌ସ’ ଓ ‘ଆଗ୍‌’ ଆଦି ବହୁ ସିନେମାରେ ଅଭିନୟ କରିଛନ୍ତି। ଏହି ଅଭିନେତ୍ରୀ ଜଣଙ୍କର ବୟସ ଏବେ ୪୫ ବର୍ଷ। କିନ୍ତୁ ସେ ଏଯାଏଁ ବିବାହ କରିନାହାନ୍ତି। ତେବେ ସେ ଦୁଇ ଝିଅଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଛନ୍ତି। ସେ ୨୦୦୦ ମସିହାରେ ପ୍ରଥମେ ରିନିଙ୍କୁ ଓ ୨୦୧୦ରେ ଅଲିନାଙ୍କୁ କନ୍ୟା ରୂପେ ଗ୍ରହଣ କରିଛନ୍ତି।

ତନିଶା ମୁଖାର୍ଜୀ

ବଲିଉଡର ଲୋକପ୍ରିୟ  ଅଭିନେତ୍ରୀ କାଜୋଲଙ୍କ ସାନ ଭଉଣୀ ହେଲେ ତନିଶା ମୁଖାର୍ଜୀ। ଯାହାକୁ ଏବେ ୪୨ ଚାଲିଛି। ହେଲେ ସେ ଏବେ ବି ସିଙ୍ଗିଲ୍ ଅଛନ୍ତି। ତନିଶା ‘ଶାଶ୍‌’, ‘ନୀଲ୍ ଆଣ୍ଡ୍ ନିକି’, ‘ସରକାର୍’, ‘ୱାନ୍‌ ଟୁ ଥ୍ରି’, ‘ସରକାର ରାପ୍ ତୁମ୍‌ ମିଲୋ ତୋ ସହି’ ଓ ‘ଅନ୍ନା’ ଆଦି ସିନେମାରେ ଅଭିନୟ କରିଥିଲେ ହେଁ ଖାସ୍‌ ସଫଳତା ହାସଲ କରି ପାରି ନାହାନ୍ତି।

ଅମିଷା ପଟେଲ୍‌

‘କହୋ ନା ପ୍ୟାର୍‌ ହେ’ ଭଳି ବ୍ଲକବଷ୍ଟର ମୁଭିରୁ ଡେବ୍ୟୁ କରିଥିବା ନାୟିକା ଅମିଷା ପଟେଲ ପରେ ‘ଗଦ୍ଦର ଏକ ପ୍ରେମ୍ କଥା’, ‘କ୍ରାନ୍ତି’, ‘ରେସ୍ ଟୁ’, ‘ହେ ବେବି’, ‘ହସରାଜ୍’ ସମେତ ବହୁ ସିନେମାରେ କାମ କରିଛନ୍ତି। ତାଙ୍କର ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ‘ଆଫେଆର୍‌’କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ଏଯାବତ୍ ବାହା ହୋଇନାହାନ୍ତି। ତାଙ୍କର ବୟସ ଏବେ ୪୪ ବର୍ଷ। ତଥାପି ସେ ସିଙ୍ଗଲ୍।

ସମିତା ସେଟ୍ଟି

ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟିଙ୍କ ସାନ ଭଉଣୀ ସମିତା ସେଟ୍ଟିଙ୍କୁ ଏବେ ୪୧ ବର୍ଷ। ଏବେ ବି ସେ ବିବାହ କରିନାହାନ୍ତି। ତାଙ୍କୁ ‘ଫରେନ୍’, ‘ଜହର୍’, ‘ବେୱାଫା’, ‘ମୋହବତ୍ ହୋଇ ଗୟୀ ତୁମ୍‌ସେ’ ଓ ‘କ୍ୟାଶ୍’ ଆଦି  ସିନେମାରେ ଦେଖିବାକୁ ମିଳିଛି।

ନରଗୀସ୍‌ ଫକ୍‌ରୀ

ରଣବୀର କପୁର ସହ ‘ରକ୍‌ଷ୍ଟାର୍’ରେ ଡେବ୍ୟୁ କରିଥିବା ନରଗୀସ୍‌ ଫଖରୀ ପରେ ‘ମାଡ୍ରାସ କେଫ୍‌’, ‘ମେଁ ତେରା ହିରୋ’, ‘କିକ୍‌’, ‘ଅଜହର’, ‘ହାସଲ ଫୁଲ୍-୩’ ଓ ‘ବେଂଜୋ’ ଆଦିରେ ଅଭିନୟ କରିଛନ୍ତି। ତାଙ୍କୁ ଏବେ ଏବେ ବି ସେ ବିବାହ କରିନାହାନ୍ତି।

Comment